ଅନୁଗୋଳ ୨୮|୩ : ଅନୁଗୋଳଳ ଜରାସିଂହାଠାରେ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜରାସିଂହାର ଜୟନ୍ତ ସାହୁ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଅନୁଗୋଳ ପୋଲିସର ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ।