ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୧୨ ହଜାର ୫୨୬ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ରହିଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ମିଳିଛି। ଏହି ୩୮ ଜଣଙ୍କୁ ମିଶାଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୬୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ମଧ୍ୟରେ କୋଳଥିଆ କଳିଙ୍ଗ ବିହାରରୁ ଜଣେ ୫୫ ବର୍ଷୀୟ ପୁରୁଷ, ପୋଖରୀପୁଟ କାରଗିଲ ବସ୍ତିରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀରୁ ଜଣେ ୫୭ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨୭ ଏବଂ ୨୮ ବର୍ଷୀୟ ୨ ପୁରୁଷ, ଗଙ୍ଗନଗରର ଏକ ପରିବାରର ୩ ଜଣ, ନୀଳାଦ୍ରିବିହାରରୁ ୨ ମହିଳା ଏବଂ ଜଣେ ପୁରୁଷ ଓ ନୟାପଲ୍ଲୀରୁ ଜଣେ ୫୫ ବର୍ଷୀୟ ପୁରୁଷ ରହିଛନ୍ତି।

ସେହିପରି କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ ଏବଂ ଜଣେ  ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ୪ ଜଣ ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ଏସସିବି ମେଡିକାଲର କରୋନା ଯୋଦ୍ଧା। ସେମାନେ ଏସସିବିରେ ଆଇସୋଲେଶନ ୱାର୍ଡରେ ରହିଛନ୍ତି। କଟକର ଦିୱାନ ବଜାରରୁ ଜଣେ ୨୨ ବର୍ଷୀୟ ଯୁବକ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ ଆଉ ୫୭୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି।

x

COVID-19

India
Confirmed: 2,461,190Deaths: 48,040
error: Content is protected !!