State

ଆଜି ହେରାପଞ୍ଚମୀ; ନନ୍ଦିଘୋଷ ଭାଙ୍ଗିବେ ମହାଲକ୍ଷ୍ମୀ ସାଆନ୍ତାଣୀ*

ଆଜି ହେରାପଞ୍ଚମୀ; ନନ୍ଦିଘୋଷ ଭାଙ୍ଗିବେ ମହାଲକ୍ଷ୍ମୀ ସାଆନ୍ତାଣୀ*

ରଣପୁର ,8/7 ( ନିୟୁଜ ଟୁଡ଼େ ): ପତ୍ନୀଙ୍କୁ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଆସିଛନ୍ତି କାଳିଆ ସାଆନ୍ତ । ପ୍ରଚଣ୍ଡ ଅଭିମାନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କ ରୋଷର ଶିକାର ହେବ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ, ଯିଏ ମହାପ୍ରଭୁଙ୍କୁ ଆଣିଲା । ସୋମବାର ଶ୍ରୀଗୁଣ୍ଡିଚା ଘରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନୀତି । ଶ୍ରୀମନ୍ଦିରରୁ ମା’ଲକ୍ଷ୍ମୀ ଠାକୁରାଣୀ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ ହୋଇ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ପୁଣି ମହାପ୍ରଭୁଙ୍କ ନିକଟରୁ ରାଗ ତମତମ ହୋଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି । ଏସବୁ ନୀତି ସାରି ଲକ୍ଷ୍ମୀ ଠାକୁରାଣୀ ମନ୍ଦିରକୁ ରାତ୍ର ସାଢ଼େ ୯ଟା ବେଳକୁ ଶ୍ରୀ ମନ୍ଦିରକୁ କରିଥିଲେ। ଏହି ସବୁ ନୀତିନିର୍ଘଣ୍ଟ କାର୍ଯ୍ୟ ସୂଚୀ ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି କରାଯାଇଛି ବୋଲି ରଣପୁର ଜଗନ୍ନାଥ ମନ୍ଦିର ପ୍ରଶାସନ ମ୍ୟାନେଜର ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ ଓ ଉପଦେଷ୍ଟା କମିଟିର ସଦସ୍ୟ ପ୍ରଶାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

ରଣପୁର ପ୍ରତିନିଧି – ରଞ୍ଜିତ ସାମନ୍ତରାୟ

Related Articles

error: Content is protected !!
Close