ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଓ ୧୭୫ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ହାଇଦ୍ରାବାଦ: ଆଜି ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ଚାଲିଛି। ରାଜ୍ୟର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।ରାଜ୍ୟରେ ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି ଓ ଓ୍ୱାଇଏସ୍ଆର କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି। ରାଜ୍ୟରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ରାଜଶେଖର ରେଡ୍ଡିଙ୍କ ପୁଅ ତଥା ଓ୍ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି କଡ଼ା ଟକ୍କର ଦେଉଛନ୍ତି।ଚନ୍ଦ୍ରବାବୁ ନାଇଡୁ କୁପମ ଆସନରୁ ଲଢୁଥିବାବେଳେ ପୁଅ ନାରା ଲୋକେଶ ମଙ୍ଗଲଗିରି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଓ୍ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି ପାରମ୍ପାରିକ ପୁଲିବେନ୍ଦୁଲା ଆରସନରୁ ଲଢୁଛନ୍ତି। ଭଉଣୀ ଓ୍ୱାଇଏସ୍ ଶର୍ମିଲା ପ୍ରମୁଖ ପ୍ରାର୍ଥୀ ମଇଦାନରେ ଅଛନ୍ତି।

error: Content is protected !!