ଆଶ୍ରୟ ଗୃହରେ ନାବାଳିକା ଯୌନ ନିର୍ଯାତନା ଘଟଣା: ଜେଲ ଗଲେ ନିର୍ଦ୍ଦେଶକ

ବଲାଙ୍ଗୀର: ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୋମବାର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ।

ସରୋଜ ଦାସଙ୍କ ବିରୋଧରେ ଲାଗିଛି ପୋକ୍ସୋ ଆକ୍ଟ । ତେବେ ଅନ୍ୟତମ ଅଭିଯୁକ୍ତ ତଥା କେୟାର ଟେକର କମଳିନୀ ପୂଜାରୀ ଓରଫ ବଡ଼ ମମିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ।
ଭବାନୀପାଟଣାରେ ଥିବା ଆଶ୍ରୟ ଗୃହ ଭିଜନରେ ଅନ୍ତେବାସୀ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହାପରେ ପୁଲିସ ତତ୍ପର ହୋଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ଏଥିରେ ସମ୍ପୃକ୍ତି ଅଭିଯୋଗରେ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ପୁଲିସ ରବିବାର ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ବିଧାନସଭା ମଧ୍ୟ ହୁଲସ୍ତୁଲ ହୋଇଥିଲା।

error: Content is protected !!