ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ର: ଭାରତ ମହାସାଗର ବାଟେ ଦେଶରେ ଅନୁପ୍ରବେଶ ଯୋଜନା

ନୂଆଦିଲ୍ଲୀ,୨୦।୬: ଭାରତରେ ଅନୁପ୍ରବେଶ ପାଇଁ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଭାରତ ମହାସାଗର ବାଟେ ଦେଶରେ ପ୍ରବେଶ କରିବା ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଭାରତ ସହିତ ଶ୍ରୀଲଙ୍କାରେ ପ୍ରବେଶ ଲାଗି ମଧ୍ୟ ଇସଲାମିକ୍‌ ଷ୍ଟେଟ୍‌ ଯୋଜନା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସିରିଆ ଏବଂ ଇରାକ୍‌ରେ ଇସଲାମିକ୍‌ ଷ୍ଟେଟ୍‌ର କ୍ଷତି ହେବା ପରେ ସଂଗଠନ ପକ୍ଷରୁ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା କୁହାଯାଉଛି। କେରଳ ପୋଲିସକୁ ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ୩ଟି ସୂଚନା ପତ୍ର ଦିଆଯାଇଛି।

error: Content is protected !!