Breaking NewsState

ଏକ ଦୁର୍ଘଟଣାରେ ନୂଆପଡ଼ା ଜିଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ମୃତ୍ୟୁ ଘଟିଛି।

ନୟାଗଡ଼: ଏକ ଦୁର୍ଘଟଣାରେ ନୂଆପଡ଼ା ଜିଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ମୃତ୍ୟୁ ଘଟିଛି। ସେ ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ଵର ଆସୁଥିବାବେଳେ ନୟାଗଡ଼ ଦଶପଲ୍ଲାର ସୋରଡ଼ା ନୂଆଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ସୁରେଶଙ୍କ ଘର ବଲାଙ୍ଗୀର ଜିଲା ପାଟଣାଗଡ଼ରେ। ସେ ଏକ କାରରେ ଭୁବନେଶ୍ଵର ଆସୁଥିଲେ। ନୂଆଗାଁ ସୋରଡ଼ା ନିକଟ ରାସ୍ତାର ଏକ ବୁଲାଣି ସ୍ଥାନରେ ଗୋଟିଏ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଛିଡ଼ା ହୋଇଥିବାବେଳେ କାରଟି ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତହସିଲଦାର ସୁରେଶଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related Articles

error: Content is protected !!
Close