ଏଥର ଅଭିନେତ୍ରୀ, ଡାକ୍ତର, ଇଞ୍ଜିନିୟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। କଟକ, ଭୁବନେଶ୍ୱର, ଢେଙ୍କାନାଳ, କେଉଁଝର, ପୁରୀ, ସମ୍ୱଲପୁରରେ ହେବାକୁ ଯାଉଛି ମତଦାନ। ଏହି ସମସ୍ତ ଲୋକସଭା ଆସନ ଅଧିନରେ ରହିଛି ୪୨ଟି ବିଧାନସଭା ଆସନ।ଏହି ୪୨ ଆସନରେ ୩୫୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ୩୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ଏସବୁ ଆସନରେ ସବୁ ଦଳ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଛନ୍ତି। ସେଥିରେ କିଛି ନୂଆ ମୁହଁ ଥିବା ବେଳେ କିଛି ପୁରୁଣା ରହିଛନ୍ତି। ସମସ୍ତେ ନିଜ ନିଜ ଅନଭୂତି, ଅଭିଜ୍ଞତାକୁ ନେଇ ଭୋଟରଙ୍କୁ ନିଜ ଆଡକୁ ଟାଣୁଛନ୍ତି। ତେବେ ଭୋଟର ଏମାନଙ୍କୁ କେତେ ଭରସା କରିବେ  ତାହା ସମୟ କହିବ।

 

error: Content is protected !!