ଓଡିଶା ପ୍ରବାସୀ ମାନଙ୍କୁ ଥଇଥାନ ଦାବିରେ ଗଞ୍ଜାମ ଜ଼ିଲ୍ଲା ବିଜେପି ପକ୍ଷରୁ ଆରଡିସି ଆଗରେ ବିକ୍ଷୋଭ

NEWS TODAY : କରୋନା ଯୋଗୁଁ ନିଜ ଭିଟାମାଟିକୁ ବିଭିନ୍ନ ରାଜ୍ୟରୁ ଫେରିଆସିଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଦୀର୍ଘ ୪ ମାସ ହେଲା ବାହାରୁ ଫେରିଥିବା ପ୍ରବାସୀ ମାନେ କୌଣସି କାମଧନ୍ଦା ନପାଇ ଖାଲି ବସି ରହିଲେ । ଘର କିପରି ଚଳିବ ଏନେଇ ହଜାର ହଜାର ପ୍ରବାସୀ ନିଜ ଜ଼ିଲ୍ଲାରେ କାମ ନପାଇ ପୁଣି ବାହାର ରାଜ୍ୟକୁ କାମ କରିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ୫ ମାସ ହେଲା ସରକାର ବିଭିନ୍ନ କଥା କହି କେବଳ ଭୁଆଁ ବୁଲାଇଛନ୍ତି । ଏନେଇ ଗଞ୍ଜାମ ଜ଼ିଲ୍ଲା ବିଜେପି ତରଫରୁ ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମପୁର ଦକ୍ଷିଣାଂଚଳ ଆରଡିସି କାଯ୍ୟଳୟ ଆଗରେ ବିକ୍ଷୋପ ପ୍ରର୍ଦସନ କରିବା ସହ ଆରଡିସିଙ୍କୁ ଏକ ଦାବି ପ୍ରତ ପ୍ରଦାନ କରିଥିଲେ । ଗଞ୍ଜାମ ଜ଼ିଲ୍ଲାର ଅନୁନ୍ୟ ୮ ଲକ୍ଷ୍ୟରୁ ଉର୍ଦ୍ଧ ପ୍ରବାସୀ ନିଜ ଭିଟାମାଟିକୁ ଫେରିଛନ୍ତି କିନ୍ତୁ ଜ଼ିଲ୍ଲାପାଳ ୨ ଲକ୍ଷ୍ୟ ୫0 ହଜାର ପ୍ରବାସୀ ଫେରିଛନ୍ତି କହିବା ହାସ୍ୟସ୍ୱଦ ବୋଲି ଜ଼ିଲ୍ଲା ସଭାପତି ଜେନା କହିଛନ୍ତି । ପ୍ରବାସୀ ମାନଙ୍କ ଜୀବନ ଜୀବିକାର ଦାୟିତ୍ୱ ସରକାର ନେବେ ଓ କୁଶଳୀ ଏବଂ ଅଣକୁଶଳୀ ମାନଙ୍କୁ ଥଇଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ କିଛିବି କରିଲେ ନାହିଁ । ଜ଼ିଲ୍ଲାରେ ଥିବା ରୁଗୁଣ ବହୁ କଳକାରଖାନା ତଥା ଛୋଟ ବଡ଼ ଶିଳ୍ପର ପୂର୍ଣ୍ଣଉଦ୍ଧାର ପାଇଁ ରାଜ୍ୟ ସରକାର ଉଦ୍ୟମ କରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଜ଼ିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ ବୋଲି ଦାବି କରିଥିଲେ । ଗଞ୍ଜାମ ଜ଼ିଲ୍ଲାରେ ଆସିକା ସ୍ପିନିଂ ମିଲ ଓ ଚିନି କଳ, ଅଙ୍କୁଲି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଆମ୍ଭପୁଅ । ଆଇ.ଟି ପାର୍କ, ବ୍ରହ୍ମପୁର ପାଟ ଶିଳ୍ପର ପୁନଉଦ୍ଧାର, ଅଟୋ ନଗର ମେଗା ଟାଟା ପ୍ରକଳ୍ପ ଓ କିଆ ଫୁଲ ଚାଷର ଉନ୍ନତି କରି ପ୍ରବାସୀଙ୍କ ମାନବ ସମ୍ଭଳରେ ଉପଯୋଗ କରିବାକୁ ବିଜେପି ଦାବି କରିଛି । ବିକ୍ଷୋଭ କାଯ୍ୟକ୍ରମରେ ଜ଼ିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ସମେତ ବରିଷ୍ଠ ନେତା କାହୁଁ ଚରଣ ପତି, ରାମ କୁମାର ପାତ୍ର, ନିରଞ୍ଜନ ପାଣିଗ୍ରାହୀ, ସିଦ୍ଧାନ୍ତ ଗଙ୍ଗଦେଓ, ପ୍ରଭାତ ଷଢଙ୍ଗୀ, ସୁବାସିନୀ ପଟ୍ଟନାୟକ,ନମିତା ପଣ୍ଡା,ମଦନ ମୋହନ ପାତ୍ର,ଏଲ ମୋହନ ଦାସ, କିରଣ ସାହୁ, ବିକାଶ ପାଣିଗ୍ରାହୀ ସମେତ ବହୁ କାଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ।

ଗଞ୍ଜାମ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ News Today Media 

error: Content is protected !!