ଓମ୍‌ ବିର୍ଲା ହେଲେ ୧୭ ତମ ଲୋକ ସଭା ବାଚସ୍ପତି: ସମସ୍ତ ଦଳ କଲେ ସମର୍ଥନ

ନୂଆଦିଲ୍ଲୀ,୧୯।୬: ରାଜସ୍ଥାନ କୋଟା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି। ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ। ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ ସମର୍ଥନ କରିଥିଲେ। ଏହାପରେ ଅମିତ ଶାହ, ଅରବିନ୍ଦ ସାଓ୍ବନ୍ତଙ୍କ ସମେତ ଅନ୍ୟ କେତେକ ଏମ୍‌ପି ଓମ୍‌ଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ।Image result for om birla

ନିର୍ବାଚନ ପରେ ଓମ୍‌ ବିର୍ଲା ବାଚସ୍ପତି ଆସନରେ ଅଧିଷ୍ଠିତ ହୋଇଥିଲେ। ଏହାପରେ ଲୋକ ସଭାର କାର୍ଯ୍ୟ ସାଧାରଣ ଭାବେ ଆରମ୍ଭ ହୋଇଥିଲା। କଂଗ୍ରେସ ସମେତ ଅନ୍ୟ ଦଳ ଓମ୍‌ଙ୍କୁ ସମର୍ଥନ କରିଥିବା କୁହାଯାଉଛି।

error: Content is protected !!