ଭୁବନେଶ୍ୱର : ଚଳିତ ବର୍ଷ କଳାରେ ପାସ ହାର ୬୫.୮୯% ରହିଛି। କଳାରେ ୨,୩୧,୧୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧, ୫୨, ୩୨୩ ଜଣ ପାସ୍ କରିଛନ୍ତି। ପାସ୍ ହାରରେ ବାଲେଶ୍ୱର ସର୍ବାଧିକ(୭୫.୬୭%) ରହିଥିବା ବେଳେନବରଙ୍ଗପୁର ଜିଲାରେ ସର୍ବନିମ୍ନ(୪୭.୪୬%) ରହିଛି। କଳାରେ ଦୁଇଟି କଲେଜରେ କୌଣସି ଛାତ୍ରୀଛାତ୍ର ପାସ୍ କରିନାହାନ୍ତି। ଖୋର୍ଦ୍ଧା ଜିଲାର ୧ଟି ଓ ଯାଜପୁର ଜିଲାର ୧ଟି କଲେଜରେ ଶୂନ ରେଜଲ ହୋଇଛି।
ସେହିଭଳି ବାଣିଜ୍ୟରେ ପାସ୍ ହାର ୭୦.୨୬% ରହିଛି। ୨୬, ୭୯୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୮, ୮୨୬ଜଣ। ପାସ୍ ହାର ଖୋର୍ଦ୍ଧାରେ ସର୍ବାଧିକ ୮୬.୮୯% ପ୍ରାଣନାଥ ମହାବିଦ୍ୟାଳୟ ର ଅନେକ ଛାତ୍ର ଛାତ୍ରୀ ଙ୍କ ପରିକ୍ଷା ଫଳାଫଳ ନିର୍ନୟ ରେ ଅନୀୟମିତତା । ସଂସ୍କୃତ ରେ ୭୦% ଛାତ୍ର ଛାତ୍ରୀ ଙ୍କ ଫଳାଫଳ ନାହିଁ । ଓ ଦେବଗଡ଼ରେ ସର୍ବନିମ୍ନ ୨୪.୩୪% ରହିଛି। ବାଣିଜ୍ୟରେ ୪ କଲେଜର ସମସ୍ତ ଛାତ୍ରୀଛାତ୍ର ଫେଲ ହୋଇଛନ୍ତି। ତେବେ ଗତ ବର୍ଷ ତୁଳନାରେ ପାସ୍ ହାର କମିଥିବାରୁ ଏହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରାଣନାଥ ମହାବିଦ୍ୟାଳୟ ର ଅନେକ ଛାତ୍ର ଛାତ୍ରୀ ଙ୍କ ପରିକ୍ଷା ଫଳାଫଳ ନିର୍ନୟ ରେ ଅନୀୟମିତତା । ସଂସ୍କୃତ ରେ ୭୦% ଛାତ୍ର ଛାତ୍ରୀ ଙ୍କ ଫଳାଫଳ ନାହିଁ ।
ଚଳିତ ବର୍ଷ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ପାରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍ ହୋଇଛନ୍ତି। ସେହିପରି ଖୋର୍ଦ୍ଧାର ପ୍ରାଚୀ ଭିନ୍ନକ୍ଷମ ହାୟର ସେକେଣ୍ଡାରୀ ବିଦ୍ୟାଳୟରେ ୧୪ ଜଣ ପରୀକ୍ଷା ଦେଇଥିଲେ। ଏଠାରେ ମଧ୍ୟ ସମସ୍ତେ ଫେଲ୍ ହୋଇଛନ୍ତି।ଗଞ୍ଜାମ ଜିଲ୍ଲାର ୩ଟି ବାଣିଜ୍ୟ କଲେଜରେ ରେଜଲ୍ଟ ଶୂନ ହୋଇଥିବା ବେଳେ ମାଲକାନଗିରିରେ ଗୋଟିଏ କଲେଜରେ କେହି ପାସ୍ କରି ନାହାନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ୍ରେ ୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍ ହୋଇଛନ୍ତି। ସେହିପରି ରମ୍ଭାର ଶ୍ରୀ ଜଗନ୍ନାଥ ହାୟର ସେକେଣ୍ଡାରି ସ୍କୁଲରେ ୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ସମସ୍ତେ ଫେଲ୍ ହୋଇଛନ୍ତି। କେପି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେସମସ୍ତେ ଫେଲ୍ ହୋଇଛନ୍ତି। ମାଲକାନଗିରି ଶ୍ୟମାପ୍ରସାଦ ସ୍କୁଲରେ ଜଣେ ପିଲା ପରୀକ୍ଷା ଦେଇଥିଲେ ଓ ସେ ଫେଲ୍ ହୋଇଛନ୍ତି।
ଯୁକ୍ତ ଦୁଇ କଳାରେ ଆଗରେ ବାଲେଶ୍ୱର, ପଛରେ ରହିଗଲା ନବରଙ୍ଗପୁର
ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା।
ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ କଳା ପାସ୍ ହାର ସର୍ବନିମ୍ନ ଥିଲା। ଗତବର୍ଷ ଜିଲ୍ଲାରେ ଏହି ପାଠ୍ୟକ୍ରମରେ ୪୭.୫୮% ପିଲା ପାସ୍ କରିଥିଲେ। ଏଥର ଜିଲ୍ଲାରେ ପାସ୍ ହାର ଗତବର୍ଷଠାରୁ ବି କମି ଯାଇଛି।