କାଳିଆ ଟଙ୍କା ରୋକାଯିବା ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର .- କାଳିଆ ଯୋଜନାରେ କୃଷକମାନଙ୍କୁ ଦିଆଯାଉଥିବା ସହାୟତା ରାଶିକୁ ବିଜେପିର ଅଭିଯୋଗ ପରେ ରୋକାଯାଇଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପ୍ରସଙ୍ଗରେ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରସନ୍ନ ପାଟଶାହାଣୀ, ସାଂସଦ ଭର୍ତ୍ତୃହରି ମହତାବ, ଅମର ପଟ୍ଟନାୟକ ଓ ଅରୂପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

error: Content is protected !!