କାଳିଆ ଯୋଜନା ତ୍ରୁଟିକୁ ନେଇ ଜନ ଅସନ୍ତୋଷ

ରଣପୁର, 12/6 : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରେ ତ୍ରୁଟିପୂର୍ଣ୍ଣ ଚୟନ ପ୍ରକ୍ରିୟା ଯୋଗୁଁ ବହୁ ହିତାଧିକାରୀ ଏଥିରୁ ବଂଚିତ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେବା ସହିତ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ll
ଖବର ସଂଗ୍ରହରୁ ଜଣା ଯାଏ ଯେ ରଣପୁର ବ୍ଲକ ଅଧୀନରେ ଥିବା 37 ଟି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧୀନରେ ପ୍ରାୟ 65000 ଫର୍ମ ପଡ଼ିଥିବା ବେଳେ ଏହି ଫର୍ମଗୁଡିକୁ ତଦନ୍ତ କରିବା ପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପଶୁ ସମ୍ପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି ll କିନ୍ତୁ ଆବେଦନ କରିଥିବା ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ କୃଷକ ବାଦ ପଡ଼ିଥିବା ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ll ଏହି ଯୋଜନାର ସଠିକ ଚୟନ ପ୍ରକ୍ରିୟା କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଏହି ସୁବିଧା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି ll କୃଷି ବିଭାଗର ଅଧିକରଣୀ ରାଜଶ୍ରୀ ସାହୁଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି, ଯେଉଁମାନେ ଆବେଦନ କରିଥିଲେ ସମସ୍ତେ ଏହି ସୁବିଧା ପାଇବେ, ଫେଜ ଫେଜ କରି ଏହି ଯୋଜନା ଟଙ୍କା ସିଧା ସଳଖ ରାଜ୍ୟ ସରକାର ହିତାଧିକାରୀମାନଙ୍କ ଖାତାକୁ ପଠାଉଛନ୍ତି, ରଣପୁରରେ କିଛି କରାଯାଉ ନାହିଁ ll

ରଣପୁର ରିପୋର୍ଟର – ରଞ୍ଜିତ ସାମନ୍ତରାୟ

error: Content is protected !!