କିଏ ଜିତିବ ଭୁବନେଶ୍ବର ଭରସା ? ଅରୂପ ନା ଅପରାଜିତା

ଭୁବନେଶ୍ବରରେ ହେବ ଆଇଏଏସ ବନାମ ଆଇପିଏସ ଲଢେଇ  । ରାଜନୀତି ମୈଦାନରେ ମୁହାଁମୁହିଁ ହେବେ ପୂର୍ବତନ ପ୍ରଶାସିକା ବନାମ ପୂର୍ବତନ ପୋଲିସ କମିଶନର  । ୧୯ ନିର୍ବାଚନରେ ଏଥର ଭୁବନେଶ୍ବର ଲୋକସଭା ଆସନରୁ ଲଢ଼େଇ କରିବେ ପ୍ରଶାସିକାରୁ ପଲିଟିସିଆନ ସାଜିଥିବା ଅପରାଜିତା ଷଡ଼ଙ୍ଗୀ ଓ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କ ମଧ୍ୟରେ  । ପୂର୍ବରୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଅପରାଜିତାଙ୍କ ନାମ ଘୋଷଣା କରିଥିବା ବେଳେ  ବିଜେଡି ଅରୂପଙ୍କ ନାଁ ଘୋଷଣା କରିଛି  ।ତେବେ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିବା ଅରୂପଙ୍କୁ ବଡ଼ ଦାୟିତ୍ବ ଦେଇଥିଲା ଦଳ  । ଅରୂପଙ୍କୁ ବିଜୁ ଯୁବବାହୀନର ଅଧ୍ୟକ୍ଷ କରିଥିଲା ବିଜେଡି  । ସାରା ରାଜ୍ୟରେ ବିଜୁ ଯୁବବାହିନୀର ଯାତ୍ରାକୁ ସଫଳ କରାଇଥିବା ଅରୂପଙ୍କୁ ଆଜି ଆଉ ଏକ ଉପହାର ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ  ।ସେପଟେ ପ୍ରଶାସିକାରୁ ପଲିଟିକ୍ସରେ ପାଦ ଦେଇଥିବା ଅପରାଜିତାଙ୍କୁ ବିଜେପି ଟିକଟ ଦେବା ଆଗରୁ ସେ ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କ ସହ ସମ୍ପର୍କରେ ଆସିବା ଆରମ୍ଭ କରିଦେଇଛନ୍ତି  । ଅପରାଜିତାଙ୍କୁ କଡ଼ା ଟକ୍କର ଦେବାକୁ ବିଜେଡି ଅରୂପଙ୍କୁ ଟିକଟ ଦେଇଛି  । ସେପଟେ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଚଳିତ ନିର୍ବାଚନରେ ମୈଦାନକୁ ନଆଣି ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି  । ତେବେ କଂଗ୍ରେସ ଭୁବନେଶ୍ବର ପାଇଁ ବାମ ନେତା ଜନାର୍ଦ୍ଦନଙ୍କୁ ସମର୍ଥନ ଦେଇଥିବା ବେଳେ ଏମାନଙ୍କୁ କାଟି ଜନତାଙ୍କ ବିଶ୍ବାସ ଜିତିବେ କି ଜନାର୍ଦ୍ଦନ ତାହା ଅପେକ୍ଷା ରହିଲା ।

error: Content is protected !!