କେନ୍ଦୁଝର ଜିଲ୍ଲାରେ ଲଜ୍ଜା : ଦୁଷ୍କର୍ମର ଶୀକାର ହେଲେ ଯୁଆଙ୍ଗ ଯୁବତୀ

କେନ୍ଦୁଝର ଜିଲ୍ଲାରେ ପୁଣି ଏକ ଲଜ୍ଜା। ଏହି ଲଜ୍ଜା ଘଟଣା ଘଟିଛି ଜିଲ୍ଲାର ଆଦିବାସୀ ବହୁଳ ତେଲକୋଇ ଅଞ୍ଚଳରେ। ଏହି ଅଞ୍ଚଳର ସର୍ବପୁରାତନ ଆଦିବାସୀ ଯୁଆଙ୍ଗ ଜନଜାତିର ଜଣେ ନିରୀହ ଯୁବତୀ ଦୁଷ୍କର୍ମର ଶୀକୀର ହୋଇଛନ୍ତି। ଏ ସଂପର୍କରେ ଶୁକ୍ରବାର ଦିନ ତେଲକୋଇ ଥାନାରେ ଅଭିଯୋଗ ଦାଏର ହେବା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବିନ୍ ଝବାହାଳ ଗ୍ରାମରେ ଦୋଳ ଉତ୍ସବ ଚାଲିଥିବା ବେଳେ ଅପେରା ମଧ୍ୟ ହେଉଥିଲା। ଗତ ଗୁରୁବାର ଦିନ ଏହି ଦୋଳ ଉତ୍ସବ ସହ ଅପେରା ଦେଖିବାକୁ କଟାଂବାହାଳ ଗ୍ରାମର ଜଣେ ଯୁଆଙ୍ଗ ଯୁବତୀ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ଅନୁସରଣ କରି ଆସୁଥିବା ୫ ଜଣ ଯୁବକ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏ ସଂପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ତେଲକୋଇ ଥାନାରେ ଶୁକ୍ରବାର ଦିନ ଅଭିଯୋଗ ଦାଏର ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସଂପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ସଂପୃକ୍ତ ପୀଡିତା ଚିହ୍ନିଥିବା ପ୍ରକାଶ କରଥିବା ବେଳେ ତାଙ୍କ ନାମ ଜାଣି ନଥିବା କହିଛନ୍ତି।

x

COVID-19

India
Confirmed: 2,461,190Deaths: 48,040
error: Content is protected !!