ଯାହା କୁହ ପଛେ, ରାଇଜଟା ଯାକର ଲଢ଼େଇ ଯେତିକି ଟେନସନ ନଥେଲା, ଏଇ କେନ୍ଦ୍ରାପଡ଼ା – ପାଟକୁରା କଥା ଭାବିଲା ବେଳକୁ ଚେଲା ଚାମୁଣ୍ଡା ସପରିବାରେ ମୁଖିଆଙ୍କର ଶରୀରରେ କମ୍ପ ଆସିଯାଉଛି। ନହେବ କେମିତି? ତା’ର କାରଣ ଅଛି ନା!
ଯାହା ଲୋକେ କହୁଛନ୍ତି, କଥାହେଲା ମୁଖିଆଙ୍କର ଭାରି ଭୀଷଣ ରାଗ। ସହୀଦ ନଗର ଅଙ୍କଲ ଏମିତି ପାଠ ପଢ଼େଇଛନ୍ତି ଯେ। ଆଉ ସେଇଥିପାଇଁ, ମୁଖିଆ କାନିରେ ଗଣ୍ଠି ପକେଇ ହଲପ କରିଛନ୍ତି, ଜୀବନ ଥେଲା ପର୍ଯ୍ୟନ୍ତ, ଡେଙ୍ଗା ଗେଡ଼ାଙ୍କୁ ଲୋକସଭା ଆଉ ବିଧାନସଭା ଦୁଆର ମଡ଼େଇ ଦେବେନି। କାଶ୍ମୀର ତୀଖା ଲାଲ୍ ରେଡ୍ ଚିଲି ଭଳି ଭିତରେ ଭିତରେ ଭୟଙ୍କର ପୋଡ଼ା ଜଳା। ସେ “ଡେଙ୍ଗା ଗେଡ଼ା” ଦୁହିଁଙ୍କର, ମୁହଁ ଜମାରୁ ଏ ଜନ୍ମରେ ଦେଖିବାକୁ ଚାହୁଁନାହାଁନ୍ତି। ହାତରେ ନହଉ ଭାତରେ ମାରିବାକୁ ପଡ଼ିବ। କଳେ ବଳେ କୌଶଳେ ସେ ଦୁହିଁଙ୍କୁ ହରେଇବାକୁ ପଡ଼ିବ। ସେଇଥିପାଇଁ ଏତେ ବାର ନବରଙ୍ଗ। ମାଛି ପଡ଼ିଲେ ନବଖଣ୍ଡ। କୁଆଡ଼େ ରାଇଜଯାକ ଫତୁଆ ଜାରି ହେଇଛି ସବୁଆଡ଼ୁ ସମସ୍ତେ ଯାଇ ଡେରା ପକେଇବେ। ଯେତେ କଳ ବଳ ଅର୍ଥ ଖର୍ଚ୍ଚ ହଉଛି ହଉ, ପରବାୟ ନାହିଁ। ଯେମିତି ହେଲେ ବି ଡେଙ୍ଗା ଗେଡ଼ା ହାରିବା ଦରକାର। ଦେଖାଯାଉ, କୋଉ ପାଣି କୁଆଡ଼େ ଯାଉଛି। ସବୁ ସେଇ ପ୍ରଭୁ ବଳଦେବଜୀଉଙ୍କ ଇଛା।
GOPAL CHANDRA SAHOO , NEWS TODAY