କୋଟିଏ ଟଙ୍କାର ଗୁଟଖା ଜବତ, ଜ଼ିଲ୍ଲା ପରିଷଦ ସଭ୍ୟ ସମେତ ୧୧ ଜଣଙ୍କ ନାଁ ରେ ମାମଲା ରୁଜୁ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଲୋଚାପଡ଼ା ଗୁରୁଣ୍ଠି ରୋଡ ପାର୍ଶ୍ୱରେ ଥିବା ଟେକ୍ନୋ ପାର୍କ ଠାରେ ଦୀର୍ଘଦିନ ଧରି ଚାଲିଥିବା ଏକ ବଡଧରଣର ବେଆଇନ ଗୁଟଖା କାରଖାନା ଉପରେ ଆଜି କୁକୁଡ଼ା ଖଣ୍ଡି ତହସିଲ ପ୍ରଶାସନ ଓ ସଦର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି କୋଟିଏ ରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏଥିରେ ତହସିଲ ଦାର ଇପସିତା ପ୍ରିୟଦର୍ଶନୀ ମିଶ୍ର, ଅତିରିକ୍ତ ତହସିଲଦାର ବାଳକୃଷ୍ଣ ପ୍ରଧାନ, ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର, ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ, ଏସ ଆଇ ବିନୀତ ଶତପଥି, ଏ ଏସ ଆଇ ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ 301 ବ୍ୟାଗ ଅର୍ଥାତ 9 ହଜାର 632 ଗୁଟଖା ପ୍ୟାକେଟ ସହ ମେସିନ ଜବତ ହୋଇଛି । ଜବତ ଗୁଟଖା ଓ ଅନ୍ୟlନ୍ୟ ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ କୋଟି ହେବ ବୋଲି ଜଣାପଡିଛି । ଏହି ଘଟଣାରେ ପୁଲିସ 11 ଜଣ ନାମରେ ମାମଲା ରୁଜୁ କରିଛି 6 ଜଣ ମଧ୍ୟରୁ 4 ଜଣ ଉତ୍ତର ପ୍ରଦେଶ, ଜଣେ ବିହାର ଓ ଲୋଚାପଡ଼ା ଅଞ୍ଚଳର ଜଣକୁ ଗିରଫ କରାଯାଇଥିବା ବେଳେ 5 ଜଣ ଫେରାର ଅଛନ୍ତି।ସେମାନଙ୍କ ମଧ୍ୟରୁ ଜଣେ ଜ଼ିଲ୍ଲା ପରିଷଦ ସଭ୍ୟ ଅଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଛନ୍ତି ।


ପ୍ରକାଶ ଥାଉକି ଶମ୍ବୁ ସାହୁ ଓ ମୋହନ ଦାସ ମଧ୍ୟରେ ଶତ୍ରୁତା ଥିଲା ସେଥିପାଇଁ ଶମ୍ଭୁ ସାହୁ ଏହି ଗୁଟଖା କାରଖାନା କୁ ଧରେଇବା ପାଇଁ ସାହାଯ୍ୟ କରିଥିଲା । ଏହି ଗୁଟଖl ଫେକ୍ଟ୍ରି ମାଲିକ ମାନେ କାମ କରିବା ପାଇଁ ବାହାର ରାଜ୍ୟରୁ ନା ବାଳକ ଙ୍କୁ ଆଣି କାମରେ ନିୟୋଜିତ କରୁଛନ୍ତି । ହେଲେ ସଦର ଥାନା ଅନ୍ତର୍ଗତରେ କିପରି ଖୁଲମ ଖୁଲା ଗୁଟଖା ଫେକ୍ଟ୍ରି ଚାଲିଛି । ପୋଲିସ ଜାଣି ଶୁଣି ମଧ୍ୟ୍ୟ ଆଖି ବୁଜି ଦେଉଛି । ଏଥିରେ କାହାର ସ୍ୱାର୍ଥ ରହୁଛି ଓ କାହା ନିର୍ଦେଶରେ ପୁଡିଆ ଫେକ୍ଟ୍ରି ଚାଲିଥିଲେ ମଧ୍ୟ୍ୟ ପୋଲିସ ନିରବ ଦ୍ରଷ୍ଟା ସାଜିଛି ଏହା ତଦନ୍ତ ସ।ପେକ୍ଷ ।

ଗଞ୍ଜାମ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ (NEWS TODAY )

error: Content is protected !!