Crime

କୋର୍ଟରେ ଆତ୍ମସମର୍ପଣ କଲେ ବ୍ରାଉନ୍‌ସୁଗାର ବ୍ୟବସାୟୀ, ନିରାଶ ହୋଇ ଫେରିଲେ ଏସ୍‌ଟିଏଫ୍‌ ଟିମ୍‌

ଖୋର୍ଦ୍ଧା ଅଫିସ, ୯।୭: ଖୋର୍ଦ୍ଧା ଜିଲାର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା(୪୫) ମଙ୍ଗଳବାର ମଧ୍ୟାହ୍ନରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ। ଏହି ସମୟରେ କ୍ରାଇମ୍‌ବ୍ରାଞ୍ଚର ଏକ ୫ ଜଣିଆ ଟିମ୍‌ ଶୁଭ୍ରାଂଶୁଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଏହା ଆଇନଜୀବୀ ଜାଣିବା ପରେ ଏସ୍‌ଟିଏଫ୍‌ ଟିମ୍‌ ଓ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଆଇନଜୀବୀଙ୍କ ବିରୋଧ ଯୋଗୁ ଏସ୍‌ଟିଏଫ୍‌ ଟିମ୍‌କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

Related Articles

error: Content is protected !!
Close