ଖୋର୍ଦ୍ଧା ପରେ ଏବେ ରାଜଧାନୀର ୬ ଡ୍ରଗ୍ସ ମାଫିଆଙ୍କ ଘର ଉପରେ ବୁଲଡୋଜର ଚଳାଇଲା ପୋଲିସ

ଭୁବନେଶ୍ବର୨୯|୭; ନିଶା ବେପାରୀଙ୍କ ଘର ଉପରେ ଗଡିଲା ବୁଲଡୋଜର । ଆଜି ବିଡିଏ ବିଏମସି , ଓ  ସାଧାରଣ ପ୍ରସାଶନ ବିଭାଗ ପକ୍ଷରୁ ହଳଦି ପଡିଆରେ ଥିବା ୬ଜଣ ନିଶା ବେପାରୀଙ୍କ ଘର ଭଙ୍ଗା ଯାଇଛି । ଘରଭଙ୍ଗା ସମୟରେ ଚାରି ପ୍ଲାଟୁନ ପୋଲିସ ଫୋର୍ଷ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ ।ରାଜଧାନୀର ନିଶା ବେପାରି ସାବଧାନ । ତୁମମାନଙ୍କ ଘରେ ମଧ୍ୟ ପହଁଚିବ ବୁଲଡୋଜର ଆଉ ପୋଲିସ ଟିମ । ଯାହାର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୋଲିସ । ବାହାର ଜିଲ୍ଲାରୁ ଆସି ବିଭିନ୍ନ ବସ୍ତିରେ ରହି ଧଳା ଜହର  କରବାର କରି ଯୁବ ସମାଜକୁ ତଳି ତଳାନ୍ତ କରୁଥିବା ଏହି ବେପାରିଙ୍କ ଘର ଖାଲି ଭଙ୍ଗାଜିବ ନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ରାଜଧାନୀର ରାଜରାସ୍ତା ମଧ୍ୟ ଦେଖାଇ ଦେବନାହିଁ କମିସନରେଟ ପୋଲିସ । ସେମାନଙ୍କୁ ତଡିପାର କରିବା ପାଇଁ ସମସ୍ତ ଜୋଯନା କରିସାରିଛି ପୋଲିସ । ସୋମବାର ହଳଦି ପଡିଆ ବସ୍ତିର ଛଜଣ ନିଶାବେପାରୀଙ୍କ ଘରକୁ ମାଟିରେ ମିଶାଇ ଦେଇଛି ଏନଫୋର୍ଷମୋଣ୍ଟ ଟିମ । ଯେଉଁଥିରେ ରହିଛି ବାରମ୍ବାର ଧଳା ଜହର ବିକ୍ରୀ କରି ଧରା ପଡିଥାବା ବେପାରୀଙ୍କ ନାଁ । ହଳଦି ପଡିଆର ନିଶା ବେପାରୀ  ଦିଲିପ ସିଂ  , ଆୟସା ବିବି , ସରିଫ ଖାନ , ରାଜା ବାରିକ , ସଂଜୟ ମହାନ୍ତି ଓ  ତୁଳଶି ଦାସ  ଙ୍କ ଘରକୁ ମାଟିରେ ମିଶାଇ ଦେଇଛି ଏନଫୋର୍ଷମେଣ୍ଟ ଟିମ ।ଆଗକୁ ଏହିଭଳି ରାଜଧାନୀରେ ଥିବା ନିଶା ବେପାରୀଙ୍କ ଘରକୁ ଭଙ୍ଗା ଝିବ ବୋଲି କହିଛନ୍ତି ପୋଲିସ କମିସନର ।ଏଥର ସାରା ହଳଦିପଡିଆର ଲୋକମାନେ ବାହାରିଥିଲେ ପୋଲିସ ସପକ୍ଷରେ । ସେ ଯାହା କିଛି ହେଉନା କାହିଁକି କେବଳ କେତେଜଣ ବ୍ରାଉନସୁଗାର ବେପାରୀଙ୍କ ପାଇଁ ସାରା ହଳଦି ପଡିଆ ବଦନାମ ହେଉଛି ।ସବୁଠାରୁ ବଡକଥା ହେଉଛି ଏହି ଅଞ୍ଚଳର ଛୋଟ ଛୋଟ ପିଲାମାନେ ଧଳା ଜହର କବଳରେ ପଡି ନଷ୍ଠ ହେବାକୁ ବସିଲେଣି । କେବଳ ଏମାନଙ୍କର ନୁହେଁ ଏଠାରେ ଯିଏବି ନିଶା ବେପାର କରୁଛି ସେମାନଙ୍କର ଘର ଭାଙ୍ଗାଜିବା ଦରକାର ବୋଲି ସ୍ତାନିୟ ଲୋକେ କହିଛନ୍ତି ।କେବଳ ହଳଦି ପଡିଆ ନୁହେଁ ରାଜଧାନୀର ଅନ୍ୟ ବସ୍ତି ମାନଙ୍କରେ ମଧ୍ୟ ଖୁବଶିଘ୍ର ନିଶା ବେପାରୀଙ୍କ ଘର ଭାଙ୍ଗିବ କମିସନରେଟ ପୋଲିସ । ଭଙ୍ଗାବେଳେ ୪ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଦୁଇଜଣ ଏସିପି ଓ ତିନୋଟି ଥାନାର ଥାନା ଅଧିକାରୀ ଉପସ୍ଥିତ ରହି ଘଟଣା ଉପରେ ତିକ୍ଷ୍ମ ନଜର ରଖିଥିଲେ

x

COVID-19

India
Confirmed: 9,222,216Deaths: 134,699
error: Content is protected !!