ଖୋର୍ଦ୍ଧା ରେ ଦିନ ଦିପ୍ରହର ରେ ଅଇନିଜିବି ଙ୍କ ନିକଟରୁ ଲୂଟ ନେଇ ଖୋର୍ଦ୍ଧା ଟାଉନ ଥାନା ରେ ଲିଖିତ ଅଭିଯୋଗ l ଘଟଣା ରୁ ପ୍ରକାଶ ଯେ ଖୋର୍ଦ୍ଧା ଶାଗୁଆନ ବଗିଚା ରେ ରହୁଥିବା ଅଇନିଯିବି ବିମଳ କିଶୋର ଦାସ ଆଜି ସକାଳ ନ ଟା ସମୟ ରେ ବାସଭବନ ରୁ ତାଙ୍କ ଭାଣେଜୀ କୁ ହିରୋ ହୋଣ୍ଡା ମୋଟର ସାଇକେଲ ରେ ପଛ ପଟେ ବସାଇ ଖୋର୍ଦ୍ଧା ନୂଆ ବସଟାଣ୍ଡ ଅଭିମୁଖେ ଯାଉଥିବା ସମୟ ରେ ହଠାତ ତାଙ୍କ ପଛ ପଟୁ ଏକ ନମ୍ବର ବିହୀନ କଳା ବାଜାଜ ପଲସର ଗାଡି ରେ ଦୁଇ ଜଣ ଅଜଣା ଯୁବକ ମୁଣ୍ଡ ରେ ହେଲମେଟ ପିନ୍ଧି ଆସି ମୋଟର ସାଇକେଲ ପଛ ସିଟ ରେ ବସି ଥିବା ତାଙ୍କ ଭାଣେଜୀ ଙ୍କ ହାତରୁ ଭାନିଟି ବ୍ୟାଗ ଟିକୁ ଭିଡି ନେଇ ଯାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ l ଉକ୍ତ ଭାନିଟି ବ୍ୟାଗ ରେ ଏକ ଦାମୀ ମୋବାଇଲ ଫୋନ, ଏ. ଟି. ମ. କାର୍ଡ, ତିନି ହଜାର ପାଞ୍ଚଶହ ଟଙ୍କା ଏବଂ କିଛି ଦରକାରୀ କାଗଜ ପତ୍ର ସମେତ ଅନ୍ୟ ଜିନିଷ ସବୁ ଥିଲା ବୋଲି ସେ ଲିଖିତ ଅଭିଯୋଗ ରେ ଦର୍ଶାଇ ଛନ୍ତି l