ଛତ୍ରପୁର,୧୭ା୪ : କରୋନା ଭୂତାଣୁ ପ୍ରତିହତ ଲାଗି ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାକୁ ଫେରିଥିବା ସମସ୍ତ ବିଦେଶ ଫେରନ୍ତାଙ୍କ ହୋମ୍ କ୍ୱାରାଣ୍ଟାଇନ ଅବଧି ସରିଛି। ତେବେ ଅବଧି ସରିଲା ପରେ ମଧ୍ୟ ଘରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ୫୪୮୧ ଜଣ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ସେଥିମଧ୍ୟରୁ ୫୦୬୦ ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବାବେଳେ ୪୨୧ଜଣ ଆଇସୋଲଶନ ସେଣ୍ଟରରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୬୬୧ଜଣ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା।
ତେବେ କାହା ପାଖରେ ପଜିଟିଭ୍ ମିଳିନାହିଁ। ଜିଲାର ୭ଲକ୍ଷ ୮୧ ହଜାର ୪୮୪ ଘରକୁ ଯାଇ ୩୩ ଲକ୍ଷ ୧୦ ହଜାର ୩୮୨ ଜଣଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସର୍ଭେ କରାଯାଇଛି।
ଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ
Reported By Bhagaban Panda , City Reporter , News Today