ଗଞ୍ଜାମ ଜ଼ିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଦମନ ପାଇଁ ଏକ ବଡ ପଦକ୍ଷେପ

ଗଞ୍ଜାମ ଜ଼ିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଦମନ ପାଇଁ ଏକ ବଡ ପଦକ୍ଷେପ ନେଇଥିବା ବେଳେ ଗଞ୍ଜାମ ପୋଲିସ ପକ୍ଷରୁ କିପରି ଗଞ୍ଜାମ କୁ କ୍ଲିନ ସୁଇପ କରାଯିବ ତାଉପରେ ଗଞ୍ଜାମ ଏସ୍ପି ଓ ବ୍ରହ୍ମପୁର ଏସ୍ପି ଏକ ଦୃଢ଼ ପଦକ୍ଷେପ ନେଇଛନ୍ତି ।  ଗଞ୍ଜାମ ପୋଲିସ ର ଏହା 66 ନମ୍ବର ଏନକାଉଣ୍ଟର ହୋଇଥିବା ବେଳେ ଆସିକା ପୋଲିସର ଏକ ବଡ଼ ସଫଳତା ମିଳିଛି ଗାଙ୍ଗପୁର ଅଂଚଳଣର କୁଖ୍ୟାତ ଅପରାଧୀ ଗୁରୁ ପ୍ରସାଦ ସ୍ୱାଇଁ କୁ ଆସ୍କା ପୋଲିସ ସୋମବାର ଦିନ ପାହାନ୍ତିଆ 4.15 ସମୟରେ ଆସ୍କା ଥାନା ଅନ୍ତର୍ଗତ ଚାରିମାଇଲ ଛକ ନିକଟରେ ଥିବା ଏକ ପାହାଡ଼ରେ ଲୁଚି ରହିଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଗୁରୁ ପ୍ରସାଦ କୁ ଏନକାଉଣ୍ଟର କରିଛି । ପୋଲିସ ଗୁରୁ କୁ ଧରିବା ଯିବ ସମୟରେ ଗୁରୁ ପୋଲିସ ଉପରକୁ ଫାଇରିଙ୍ଗ କରିଥିଲା ଫଳରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିବ ବେଳେ ।  ପାଲଟା ଜବାବରେ ପୋଲିସ ମଧ୍ୟ ଫାଇରିଙ୍ଗ ରେ ଗୁରୁର ବାମ ଗୋଡ଼ରେ ଗୁଳି ବାଜିଥିଲା । ଘଟଣା ସ୍ଥଳରୁ ଗୁରୁର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ମ।ଉଜର ସହ ଦୁଇଗୋଟି ଜୀବନ୍ତ ଗୁଳି ଜବତ କରିଛି ।  ଅଭିଯୁକ୍ତ ଗୁରୁ ନାମରେ ବଡ଼ଗଡ଼, ଗାଙ୍ଗପୁର, ଆସ୍କା ଥାନାରେ କେସ ଥିବା ବେଳେ ସନ୍ୟାସୀ ବିଷୋୟୀ ହତ୍ୟା କାଣ୍ଡ ସମେତ ଭଞ୍ଜନଗର ଗୋରୁ ଵେବସାୟଙ୍କ ଠାରୁ ଲୁଣ୍ଠନ ସମେତ ଜ଼ିଲ୍ଲାର ବିଭିନ୍ନ ଥାନାରେ 13 ଟି ଅପରାଧିକ ମାମଲା ରହିଛି । ଗୁରୁକୁ ପ୍ରଥମେ ଆସ୍କା ସ୍ୱାସ୍ଥ୍ୟ କେନ୍ଦ୍ର ସିକିତ୍ସା ପରେ ତାକୁ ବ୍ରହ୍ମପୁର ବଡମେଡିକାଲ ଏମକେସିଜି ସ୍ଥାନlତରିତ କରାଯାଇଛି ।

ଗଞ୍ଜାମ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ NEWS TODAY

error: Content is protected !!