City

ଗଞ୍ଜାମ ଟାଉନ ଥାନା ପୋଲିସର ମାନବିକତା

ଗଞ୍ଜାମ : ବଡବଜ଼ାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର, ରଥ ସାହିର 70 ବର୍ଷ ବୟସ୍କ ବ୍ୟକ୍ତି ଉଦୟ ନାଥ ଗୌଡ଼ ନିଜର ମେଡ଼ିସେନ ଆଣିବା ପାଇଁ ସିଟି ହସ୍ପିଟାଲ ଯାଉଥିଲେ ।ଅସହାୟ ବୃଦ୍ଧା ଜଣକ ଚାଲି ନ ପାରି ହାଲିଆ ହୋଇଯାଇଥିଲେ । ଫଳରେ ସେ ଗେଟବଜ଼ାର ଖାଲl ସାହି ରାସ୍ତା କଡରେ ବସି ପଡ଼ିଥିଲେ। ଟାଉନ ଥାନା ପୋଲିସ ପେଟ୍ରୋଲିଙ୍ଗ ସମୟରେ ପୋଲିସ କର୍ମଚାରୀଙ୍କ ନଜର ସେହି ବୃଦ୍ଧାଙ୍କ ଉପରେ ପଡିଥିଲା । ବୃଦ୍ଧlଙ୍କୁ ପଚରା ଉଚରା ପରେ ଟାଉନ ଥାନା 2nd ଅଫିସର ଜ୍ଞାନ ରଞ୍ଜନ ବେହେରା ଓ ବ୍ରହ୍ମପୁର ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି କାଳି ଚରଣ ଷଢଙ୍ଗୀ ତାଙ୍କୁ ଅସହାୟ ଅବସ୍ଥାରେ ଦେଖି ତାଙ୍କୁ ଥାନ।  ଗାଡ଼ିରେ ବସାଇ ସିଟି ହସ୍ପିଟାଲ ରୁ ମେଡ଼ିସେନ ଆଣି ବୃଦ୍ଧାଙ୍କୁ ନିଜ ବାସଭବନରେ ସୁରକ୍ଷିତରେ ଛାଡିଥିଲେ । ଲକ ଡାଉନ ସମୟରେ ଏହା ହେଉଛି ଟାଉନ ଥାନା ପୋଲିସର ମାନବିକତା । ଲକଡାଉନ ସମୟରେ ଏପରି କାଯ୍ୟକରି ଟାଉନ ଥାନ। ପୋଲିସ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବାରେ ଆନ୍ତରିକତା ଦେଖାଇଛନ୍ତି ।

ଗଞ୍ଜାମ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ (News Today)

Related Articles

error: Content is protected !!
Close