ଗଣତନ୍ତ୍ରରେ ଆପଣଙ୍କର ଗୋଟିଏ ଭୋଟ୍ ଅମୁଲ ମୁଲ। ପାଞ୍ଚ ବର୍ଷରେ ଥରେ, ଆପଣଙ୍କର ସଠିକ୍ ନିଷ୍ପତ୍ତି ନିର୍ଦ୍ଧାରଣ କରିବ – ଆପଣଙ୍କ ନିଜର, ଆମ ସମସ୍ତଙ୍କର ଓ ଆମ ଦେଶର ଭାଗ୍ୟ ଆଉ ଭବିଷ୍ୟତ।
ବିଚାର କରନ୍ତୁ, ଓଡ଼ିଶାରେ କଙ୍ଗ୍ରେସର ଦୀର୍ଘ କଳଙ୍କିତ ଶାସନ, ନା ବର୍ଷା ଦେଖି ମେଣ୍ଟକରି ଛତା ଟେକୁଥିବା ଲାଲ୍ ବାହିନୀ। ନଅ ବର୍ଷ ଭାଗ ଚାଷ କରିଥିବା ଗେରୁଆ ଚିତା ତିଳକ ଭାଇ ବିରାଦରି, ନା ପୁଣି ଥରେ ଡେଙ୍ଗା ବାପାର ସ୍ଵପ୍ନ ନାଆଁରେ ଉଣିସି ବର୍ଷ ଧରି ଶଙ୍ଖ ଫୁଙ୍କୁଥିବା ପୁଅ। ନିଷ୍ପତି ଆପଣଙ୍କର…
ଆଜି ନିଜକୁ ପୄଥିରାଜ ଦାବି କରୁଥିବା ଗତକାଲିର ଖୁଚୁରା ଠିକାଦାର, ହପ୍ତା ଅସୁଲକାରୀ ବିଶୁଦ୍ଧ ଜୟଶ୍ଚନ୍ଦ୍ର। ସାହି -ପଡ଼ିଶା, ଗାଁ – ଭୁଇଁ, ମାଟି -ମଟାଳ, ଭାଇ -ବନ୍ଧୁ, ମଉସା -ପିଉସା ଇତ୍ୟାଦି କୌଣସି ସମ୍ପର୍କର ମାନେ ନାହିଁ ଏମାନଙ୍କ ପାଖରେ। ଏମାନଙ୍କ ପାଇଁ କ୍ଷମତାର ସ୍ଵାର୍ଥ ହିଁ ସବୁଠାରୁ ପ୍ୟାରା। ଆମ ଆଖି ଆଗରେ ଏଥରର ବାପ – ପୁଅ, ବାପ – ଝିଅ, ସ୍ଵାମୀ – ସ୍ତ୍ରୀ, ଭାଇ- ଭାଇ, ଗୁରୁ- ଚେଲା ବାଦୀପାଲା ହିଁ ବଢ଼ିଆ ଉଦାହରଣ। କୄଷକଙ୍କ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ୟାଙ୍କ କାନ୍ଦଣା ହିଁ ଏମାନଙ୍କ ମୁଖ ଦର୍ପଣ।
ଆମର ଗୋଟାଏ ଭୁଲ୍ ନିଷ୍ପତ୍ତି ଆମର, ଦେଶର, ସାମୁହିକ ଉନ୍ନତିର ବାଟରେ ତମା ଅନ୍ଧକାର ଆଣି ନଦେଉ। ଆସନ୍ତୁ ଜାତି, ଧର୍ମ, ବୟସ, ବୁନିଆଦି, ମାଗେଣା ଭୋଜନ -ମଦ୍ୟପାନ -ଟଙ୍କା ପଇସା, ମିଛ ଆଶା-ଭରସା ନିର୍ବିଶେଷରେ ଏସବୁର କୋୖଣସି କ୍ଷଣିକ ଆବେଗର ବଶବର୍ତ୍ତୀ ନହୋଇ, ଧିର ମନ ସ୍ଥିର ହୄଦୟରେ ଭଲଭାବେ ଭାବିଚିନ୍ତି ଉପଯୁକ୍ତ ପ୍ରାର୍ଥୀ/ପ୍ରାର୍ଥନୀଙ୍କୁ ଭୋଟ୍ ଦିଅନ୍ତୁ। ନିଜ ଦେଶର ଭବିଷ୍ୟତ ନିଜ ହାତରେ ନିଜେ ଗଢ଼ନ୍ତୁ।