ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲଟ୍ର ଲଢେଇ ବୁଲେଟ୍ରେ ନୁହେଁ। ଏଥିସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ସେ ବିନମ୍ର ନିବେଦନ କରିଛନ୍ତି।
ଏହି ପ୍ରସଙ୍ଗରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି।