ଗାଁ ଭିତରେ କୁକୁଡ଼ା ଫାର୍ମ କୁ ନେଇ ଉତେଜନା

ରଣପୁର, 03/08 :- ଗାଁ ଭିତରେ କୁକୁଡ଼ା ଫାର୍ମ କୁ ବାଲିଆ ଗ୍ରାମରେ ନେଇ ଉତେଜନା ଦେଖା ଦେଇଛି । ଏହାର ପ୍ରତିବାଦରେ ତହସିଲ ଅଫିସ ସାମ୍ନାରେ ଧାରଣା ଦେଲେ ଗ୍ରାମବାସୀ ଓ ମହିଳା । ରଣପୁର ବ୍ଲକ ବାଲିଆ ଗାଁ ରେ ସରକାରୀ ଯାଗାରେ ଏକ ବେଆଇନ କୁକୁଡ଼ା ଫାର୍ମ ଦ୍ୱାରା ଗାଁରେ ପ୍ରଦୂଷଣ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କ ରେ ନୟାଗଡ଼ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରି ଥିଲେ ଗ୍ରାମବାସୀ ।ଫଳରେ ସରଜମିନ ତଦନ୍ତ କରି ଫାର୍ମ ଟିକୁ ଉଚ୍ଛେଦ କରିବାକୁ ରଣପୁର ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ମାତ୍ର ନିର୍ଦ୍ଦେଶ ଦେବାର 2 ବର୍ଷ ବିତି ଯାଇଥିଲେ ସୁଦ୍ଧା ତହସିଲଦାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ । ଏପଟେ କୁକୁଡ଼ା ଫାର୍ମ ଟି ଏକ ସରକାରୀ ଯାଗାରେ ଥିବା ସହ ଗାଁ ଭିତରେ ଥିବାରୁ ଦୁଗନ୍ଧରେ ଅତିଷ୍ଠ ଲୋକ ମାନେ ଆଜି ରଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।ତେବେ ଖୁବ ଶୀଘ୍ର ଏ ନେଇ ଏକ ନୋଟିସ ଦେଇ ଏହି ବେଆଇନ ଫାର୍ମଟିକୁ ଉଚ୍ଛେଦ କରିବାକୁ ତହସିଲଦାର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ରଣପୁର ରିପୋର୍ଟର

error: Content is protected !!