ଗୁରୁବାର ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ (NEWS TODAY): ଗୁରୁବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦ ବୈଠକ । ରାଜ୍ୟଗୁଡିକୁ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ ନେଇ ଏବେ ବି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବିବାଦ ଜାରି ରହିଛି। ପରିଷଦର ଶେଷ ବୈଠକରେ ଏନେଇ କୌଣସି ପ୍ରକାର ସହମତି ହୋଇପାରି ନ ଥିଲା। ଜିଏସଟି କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଦୁଇଟି ବିକଳ୍ପ ଦେଇଥିଲେ। କେତେକ ରାଜ୍ୟ ଏଥିରେ ରାଜି ହୋଇଥିବାବେଳେ ​‌​‌କେତେ‌ତକ ଏହାକୁ ଅଗ୍ରାହ୍ୟ କରିଥିଲେ। ତେବେ ଗୁରୁବାର ବୈଠକ ପୂର୍ବରୁ ରାଜ୍ୟଗୁଡିକୁ ଖୁସି କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପ୍ରସଙ୍ଗରେ ମୁହାଁମୁହିଁ ନ ହେବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ଜିଏସଟି କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ରାଶି ପ୍ରଦାନ କରିବ ବୋଲି ଜଣାପଡିଛି । ଚଳିତବର୍ଷ ଜିଏସଟି ରାଜସ୍ବ ସଂଗ୍ରହରେ କେନ୍ଦ୍ର ୨.୩୫ ଲକ୍ଷ କୋଟି ଟଙ୍କାର ଏକ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆକଳନ କରାଯାଇଛି । ବଳକା ରାଶିକୁ ଉଭୟ କେନ୍ଦ୍ର ଓ ରାଜ୍ୟର ସହମତି ଅନୁସାରେ ଯେଉଁ ନିଷ୍ପତ୍ତି ନିଆଯିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ।

error: Content is protected !!