ଗୋଟିଏ ଲୋକସଭା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାଇ ତାଲିକା ଘୋଷଣା କରିଛନ୍ତି।

ଏଥର ଘୋଷଣାରେ ଏକ ବଡ଼ କଥା ହେଉଛି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ ମିଳିନି। ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଟିକେଟ୍‌ ମଧ୍ୟ କଟିଛି। ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସ ପ୍ରାର୍ଥୀ ହୋଇଛନ୍ତି।

ଲୋକସଭା

କଟକ- ଭର୍ତ୍ତୃହରି ମହତାବ

ବିଧାନସଭା

ଚିଲିକା – ପ୍ରଶାନ୍ତ ଜଗଦ୍ଦେବ

ଜୟଦେବ- ଅରବିନ୍ଦ ଢାଲି

ବେଗୁନିଆ- ରାଜେନ୍ଦ୍ର ସାହୁ

ଖୋର୍ଦ୍ଧା- ଜ୍ୟୋତିରିନ୍ଦ୍ର ନାଥ ମିତ୍ର

ବସ୍ତା- ନିତ୍ୟାନନ୍ଦ ସାହୁ

ମୋରଡ଼ା- ରାଜକିଶୋର ଦାସ

ବରୀ- ସୁନନ୍ଦା ଦାସ

ରାଇରଙ୍ଗପୁର- ବାସନ୍ତୀ ମାରାଣ୍ଡି

ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ

error: Content is protected !!