Breaking NewsCrime

ଜଟଣୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି।

ଭୁବନେଶ୍ୱର : ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏପରି ଜଘନ୍ୟ ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି। ଅଭିଯୁକ୍ତକୁ କ୍ୟାପିଟାଲ୍‌ ପନିଶମେଣ୍ଟ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। ଖୁବ ଶୀଘ୍ର ଏହି ଘଟଣାର ଚାର୍ଜସିଟ୍‌ ଦାଖଲ ସହ ଶୁଣାଣି କରାଯିବ। ଏହି ଘଟଣାର ପ୍ରମାଣକୁ ଆହୁରି ବଳିଷ୍ଠ କରିବା ପାଇଁ ସାଇଣ୍ଟିଫିକ୍ ତଦନ୍ତ-DNAର ସହାୟତା ନିଆଯାଇଛି। ଫୋରେନ୍‌ସିକ୍‌ ଏକ୍ସପର୍ଟଙ୍କର ମଧ୍ୟ ସହାୟତା ନିଆଯାଇଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।ପୂରା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନାବାଳିକାଙ୍କ ବାପାଙ୍କୁ ଥାନା ଭିତରେ ମାର୍‌ପିଟ ଅଭିଯୋଗରେ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଛି।

Related Articles

error: Content is protected !!
Close