ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଲା ନୂଆ ଦାୟିତ୍ୱ। କଂଗ୍ରେସ ରାଜ୍ୟସଭା ସଭ୍ୟ ରଞ୍ଜୀବଙ୍କୁ ଜାତୀୟ ମୁଖପାତ୍ର ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି।କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରଞ୍ଜୀବଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଂଗ୍ରେସ ନେତା ଶୈଳେନ୍ଦ୍ରଙ୍କୁ ଜାତୀୟ ମିଡିଆ କୋଡିନେଟର୍ ଭାବେ ନିଯୁକ୍ତି ମିଳିଛି। ରଞ୍ଜୀବ ଏବେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି।

error: Content is protected !!