ନୂଆଦିଲ୍ଲୀ (NEWS TODAY) : ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ଟାଟା ଗ୍ରୁପ୍କୁ ଟେଣ୍ଡର ମିଳିଛି। ଟାଟାଗ୍ରୁପ ୮୬୧.୯୦ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କରିବ। ଏଲଆଣ୍ଡଟି ୮୬୫ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ଲାଗି ଟେଣ୍ଡରରେ ଉଲ୍ଲେଖ କରିଥିବାରୁ ଏହାକୁ ଅଗ୍ରାହ୍ୟ କରାଯାଇଛି। ସିପିଡବ୍ଲ୍ୟୁଡିର କହିବା ଅନୁଯାୟୀ ପାର୍ଲାମେଣ୍ଟ ହାଉସ ଇଷ୍ଟେଟ୍ର ପ୍ଲଟ ନମ୍ବର ୧୧୮ରେ ନୂଆ ସଂସଦ ଭବନ ନିର୍ମାଣ ହେବ। ଏହାକୁ ନିର୍ମାଣ ନିମନ୍ତେ ୨୧ମାସ ଲାଗିବ। ଏଥିରେ ୯୦୦ରୁ ୧୨୦୦ ସାଂସଦଙ୍କ ବସିବାର ବ୍ୟବସ୍ଥା କରାଯିବ।