Breaking NewsElectionPolitics

ଟିକେଟ୍‌ ବଣ୍ଟନ ପଛରେ ବଡ଼ ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ।

ଭୁବନେଶ୍ୱର : ଟିକେଟ୍‌ ବଣ୍ଟନ ପଛରେ ବଡ଼ ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ୍‌ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଭାଇରାଲ୍ ଭିଡ଼ିଓ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବହଳଦା ନିକଟରେ ବିଜେଡିର ଏକ କର୍ମୀ ସମ୍ମିଳନୀର ଏହି ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳିଛି, ଅନୈତିକ କାରବାର କରି ବିଜେଡିରେ କେମିତି ଦିଆଯାଉଛି ଟିକେଟ୍‌, ତାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଜଣେ କର୍ମୀ।

ବିଜେଡିରେ ପ୍ରଥମେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ପରେ ପ୍ରାର୍ଥୀ ଘୋଷଣା ପରେ କ୍ରମାଗତ ଭାବେ ନବୀନ ନିବାସ ଆଗରେ ବିଦ୍ରୋହ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଟିକେଟ ବଣ୍ଟନ ପଛର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଏବେ ଆସିଛି ଏହି ଭାଇରାଲ୍ ଭିଡ଼ିଓ ମାଧ୍ୟମରେ।

ଅବଶ୍ୟ ଏହି ଭିଡ଼ିଓର ସତ୍ୟତା କେତେ, ସେନେଇ ସ୍ପଷ୍ଟ ହୋଇନଥିଲେ ବି ବିରୋଧୀଙ୍କୁ ଏହା କିନ୍ତୁ ଭିନ୍ନ ଖୋରାକ୍ ଯୋଗାଇଛି। ତେବେ ବିଜେଡି କାହିଁକି, କଂଗ୍ରେସରେ ବି ଟଙ୍କା ନେଇ ଟିକେଟ କାରବାର ହେଉଥିବା ଅଭିଯୋଗ ଉଠିଥିଲା।

ପିପିଲିରେ ଟିକେଟ ନେବାକୁ ସିଧାସିଧା ମନା କରିବା ସହ ନିରଞ୍ଜନ ଟିକେଟ ବିକୁଥିବା ନେଇ ଅଭିଯୋଗ ଆଣିଥିଲେ ଯୁଧିଷ୍ଠିର ସାମନ୍ତରାୟ।

ଆଉ ଏପଟେ ସମସ୍ତ ନୀତି ନିୟମକୁ ଉଲଂଘନ କରି ସିଧାସଳଖ ଭୋଟରଙ୍କୁ ପ୍ରଭାବିତ କଲା ଭଳି ପ୍ରଲୋଭନ ଦେଖାଉଛନ୍ତି ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ ଦାସ। ମରୁଡ଼ି ହୋଇ ନଥିଲେ ବି ମରୁଡ଼ି ଘୋଷଣା କରି ସହାୟତା ଦିଆଯିବ। କେବଳ ବିଧାୟକ ପ୍ରାର୍ଥୀ ନୁହଁନ୍ତି, ଦଳର ଜଣେ ମହିଳା କର୍ମୀ ବିଜେଡିକୁ ଭୋଟ୍ ନଦେଲେ ଚାଉଳ କାର୍ଡ ବାତିଲ୍ ହେବ ବୋଲି ବି ଧମକ ଦେଉଛନ୍ତି। ତାସହ ପଦ୍ମରେ ଭୋଟ୍ ନଦେବାକୁ ଚେତାବନୀ ଦେଉଛନ୍ତି।

ତେବେ ବିଜେଡି ବିରୋଧରେ ଏଭଳି ଭାଇରାଲ୍ ଭିଡ଼ିଓକୁ ନେଇ ଦଳୀୟ ସୁପ୍ରିମୋ କଣ ପଦକ୍ଷେପ ନେଉଛନ୍ତି, ତାକୁ ଏବେ ଅପେକ୍ଷା।

Related Articles

error: Content is protected !!
Close