ତ୍ରିଗୁଣ ରଜ୍ଜୁ ଭୋଟର ହାତେ। ବିଚାର କର ସ୍ଥିର ଚିତ୍ତେ।। ଚାଷୀ ହୁଡ଼ିଲେ ଏକ ବର୍ଷ, ଭୋଟର ହୁଡ଼ିଲେ ପାଞ୍ଚ ବର୍ଷ।

ଦେଶ ଶାସନର ସର୍ବଶ୍ରେଷ୍ଠ ପଦ୍ଧତି ଗଣତନ୍ତ୍ର ଆଜି ସମ୍ପୂର୍ଣ୍ଣ ପ୍ରହେଳିକା ପ୍ରବଞ୍ଚନା ପୁର୍ଣ୍ଣ ଅ-ଗଣତାନ୍ତ୍ରୀକତାର ଶୀର୍ଷରେ।

ଗଣତନ୍ତ୍ରର ମହାନପର୍ବ ନିରପେକ୍ଷ ନିର୍ବାଚନ, ଟିକଟ ଦେବା ନେବା ଠାରୁ ସ୍ଵାଧିନ ଭୋଟ୍ ଦାନ। ଏଗୁଡ଼ା ସବୁ ଆଜିକାଲି ଦିବା ସ୍ଵପ୍ନ। ସମସ୍ତେ କହିଲେଣି – ସାମ୍ ଦାମ୍ ଦଣ୍ଡ ଭେଦ ଯାହାର, ଜିତାପଟ ତାହାର।ଦେଶ ସେବାର ଶ୍ରେଷ୍ଠ ମାର୍ଗ ରାଜନୀତି, ଆଜିକାଲି ଭୟଙ୍କର ଦେଶ ଶୋଷଣର ଏକମାତ୍ର ସହଜ ଓ ସୁବିଧା ବୄତ୍ତି। ଦିନରାତି ନିଜକୁ ନିଜେ ସମାଜସେବୀ ବୋଲି ଧେଣ୍ଡୁରା ପିଟି ଭୋଟ୍ ମାଗୁଥିବା ଏ ଲୋକଙ୍କୁ ଚିହ୍ନିଥା। ସେବା ଶୁନ୍, ଏମାନେ ପହିଲା ନମ୍ଵର ଡକେଇତ।ଜନତାଙ୍କ ଟଙ୍କାରେ ଖଞ୍ଜା ଏଠି ଜନତାଙ୍କ ସେବା କରିବାକୁ ଅମଲା ଚାକର! କିନ୍ତୁ ସେମାନେ ଆଜି ଅସଲି ସରକାର ଜନତା ତାଙ୍କ ଭିକ୍ଷାର ପାତ୍ର।ଗଣତନ୍ତ୍ରରେ ସର୍ବାଧିକ କ୍ଷମତାଶାଳୀ- ଜନାର୍ଦ୍ଦନ ଜନତା, ନିଜକର୍ମ ଦୋଶେ ଆଜିକାଲି ସବୁଠି ସବୁବେଳେ ଭାରି ହୀନସ୍ତା।

✍ଗୋପାଳ ଚନ୍ଦ୍ର ସାହୁ (NEWS TODAY)

error: Content is protected !!