Business

ଦାୟିତ୍ୱ ମିଳିଲେ ଭାରତ ଫେରିବାକୁ ପ୍ରସ୍ତୁତ: ରାଜନ

ନୂଆଦିଲ୍ଲୀ,୨୮-୩: ଏନ୍‌ଡିଏ ସରକାରରେ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଦ୍ୱିତୀୟ ଥର ସୁଯୋଗ ନ ପାଇ ଆମେରିକା ଫେରିଥିବା ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁନର୍ବାର ଭାରତ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦାୟିତ୍ୱ ମିଳିଲେ ସେ ଭାରତ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସାଧାରଣ ନିର୍ବାଚନରେ ବିରୋଧୀ ଦଳ ନେତୃତ୍ୱାଧୀନ ମେଣ୍ଟ କ୍ଷମତାକୁ ଫେରିଲେ ରାଜନଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଅବସ୍ଥାପିତ କରାଯିବ ବୋଲି ଆଲୋଚନା ହେଉଥିବା ବେଳେ ତାଙ୍କର ଏତାଦୃଶ ବୟାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏନେଇ ବିରୋଧୀ ଦଳଗୁଡ଼ିକ ପକ୍ଷର ରାଜନଙ୍କୁ ସଙ୍କେତ ମଧ୍ୟ ଦିଆଯାଇଛି। ବର୍ତ୍ତମାନ ସିକାଗୋ ୟୁନିଭର୍ସିଟି ଅଧୀନ ବୁଥ୍‌ ସ୍କୁଲ୍‌ ଅଫ୍‌ ବିଜନେସରେ ଫାଇନାନ୍ସ ପ୍ରଫେସର ଦାୟିତ୍ୱ ତୁଲାଉଥିବା ରାଜନ କହିଛନ୍ତି ଯେ, ନିଜର ବର୍ତ୍ତମାନର ଦାୟିତ୍ୱରେ ସେ ଖୁସି। କିନ୍ତୁ ନୂଆ ସୁଯୋଗ ମିଳିଲେ ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି। ଉଲ୍ଲେଥାଉ କି, ୨୦୧୬ ସେପ୍ଟେମ୍ବରରେ ଆର୍‌ବିଆଇ ଗଭର୍ନର ପଦ ଛାଡ଼ିଥିଲେ। ଏନ୍‌ଡିଏ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ବଢ଼ାଇ ନ ଥିଲେ। ସୁଧ ହାର ଓ ବୟାନକୁ ନେଇ ସରକାର ଓ ରାଜନଙ୍କ ମଧ୍ୟରେ ତୀବ୍ର ମତଭେଦ ଥିଲା।

Related Articles

error: Content is protected !!
Close