ଦୁଇଟି ଯାକ ଆସନରୁ ହାରିଲେ ନିରଞ୍ଜନ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଲୋକ ଗ୍ରହଣ କରିନାହାନ୍ତି। ୧୪୬ ଆସନରୁ ମାତ୍ର ୧୦ଟି ଆସନରେ କଂଗ୍ରେସ ଆଗୁଆ ଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଯାକ ଆସନରୁ ହାରି ଯାଇଛନ୍ତି। ନିରଞ୍ଜନ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ ଛିଡା ହୋଇଥିଲେ।

ଭଣ୍ଡାରୀପୋଖରୀ ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ସହ ତାଙ୍କର ଟକ୍କର ଚାଲିଥିବାବେଳେ ଘସିପୁରା ଆସନରୁ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସହ କଡା ମୁକାବିଲା ଚାଲିଥିଲା। ତେବେ ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ସାମଲ ଏବଂ ଘସିପୁରାରେ ବଦ୍ରି ପାତ୍ର ବିଜୟୀ ହୋଇଛନ୍ତି।ଭଣ୍ଡାରୀପୋଖରୀ ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ସହ ତାଙ୍କର ଟକ୍କର ଚାଲିଥିବାବେଳେ ଘସିପୁରା ଆସନରୁ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସହ କଡା ମୁକାବିଲା ଚାଲିଥିଲା। ତେବେ ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ସାମଲ ଏବଂ ଘସିପୁରାରେ ବଦ୍ରି ପାତ୍ର ବିଜୟୀ ହୋଇଛନ୍ତି।

error: Content is protected !!