Crime

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ

ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିକା ପ୍ରସାଦ ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କୌଣସି ଏକ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଫାର୍ସାରେ ଆକ୍ରମଣ କରିଥିଲେ।ଏଥିରେ କଳିକା ପ୍ରସାଦ ଗାଁର ବିରଞ୍ଚି କୁମାର ମହାନ୍ତି, ସୁଶାନ୍ତ କୁମାର ଭଟ୍ଟ ଓ ଆଡ଼ଚେର ଗାଁର ବଗ ନାମକ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରଥମେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ବିରଞ୍ଚି ଓ ବଗଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Related Articles

error: Content is protected !!
Close