ଦେବୀଦଳନ ଗୁଣ୍ଡିଚା ମନ୍ଦିର ରଥ ଖଳାରେ ପହଁଚିଲା, ଅଧାରେ ଅଟକିଲା ନନ୍ଦିଘୋଷ

ରଣପୁର, 5/7 ଓଡ଼ିଶାର ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରାରେ ଆଜି ସୁଭଦ୍ରାଙ୍କ ରଥକୁ ମହିଳା ଓ ସ୍କୁଲ କଲେଜ ଛାତ୍ରୀମାନେ ଟାଣି ଗୁଣ୍ଡିଚା ମନ୍ଦିର ରଥ ଖଳାରେ ପହଞ୍ଚାଇ ଥିଲେ l ଏହା ପରେ ଭକ୍ତମାନେ ଶ୍ରଦ୍ଧାର ସହିତ ଜଗତର ନାଥ ଜଗନ୍ନାଥଙ୍କ ରଥକୁ ଟାଣି ଥିଲେ l କିନ୍ତୁ ଜଗନ୍ନାଥଙ୍କ ରଥ ବଡ ଦାଣ୍ଡରେ ଥିବା ଚୈତନ୍ୟ ମଠ ନିକଟରେ ଏକ ଟିଣ ଛପରରେ ଲାଗିବାରୁ ଅଟକି ରହିଥିଲା l ମହାରଣାମାନେ ରଥ ସଜାଡିବା ପାଇଁ ଉଦ୍ୟମ କରିଥିଲେ l କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ପ୍ରଶାସନ ତରଫରୁ ରଥ ଟଣା ବନ୍ଦ କରାଯାଇଥିଲା l ଆସନ୍ତା କାଲି ପୁଣି ଥରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣା ଯିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି l ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ତିନି ଠାକୁରଙ୍କୁ ଆଡ ମଣ୍ଡପରେ ବିଜେ କରାଯିବ l ଆଜିର ଏହି ରଥ ଟଣାରେ ସ୍ଥାନୀୟ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ତହସିଲଦାର ସୁଶାନ୍ତ ପତି, ଅତିରିକ୍ତ ଆରକ୍ଷୀ ଅଧକ୍ଷ ଦିଲୀପ କୁମାର ସାହାଣୀ, ରଣପୁର ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଏନ.ଏ.ସି. ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରଥ ଟାଣିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ସନ୍ଧ୍ୟାରେ ଦଳ ମଣ୍ଡପ ଠାରେ ଭଜନ ସମାରୋହର କାର୍ଯ୍ୟକ୍ରମ ଚାଲୁ ରହିଥିଲା l

x

COVID-19

India
Confirmed: 2,461,190Deaths: 48,040
error: Content is protected !!