Breaking NewsState

ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରା ପ୍ରସ୍ତୁତି ବୈଠକ

ରଣପୁର : ଓଡ଼ିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲାର ରଣପୁରରେ ଚଳିତ ବର୍ଷ ରଥ ଯାତ୍ରା ପାଇଁ ବ୍ଲକ ସଭା ଗୃହ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ll ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ତହସିଲଦାର ସୁଶାନ୍ତ କୁମାର ପତି, ରଣପୁର ଥାନା ଅଧିକାରୀ ବୈଦ୍ୟନାଥ ଭୋଇ, ଏବିଡିଓରତନ ଲାଲ ଲୋହାର, ଜଙ୍ଗଲ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଏନ. ଏ.ସି. ଅଧକ୍ଷା ସବିତା ଦାଶ, ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାଶ, ଶିଶୁ ସମନ୍ୱୟ ବିକାଶର ଅଧିକାରିଣୀ ବ୍ରହ୍ମୋତ୍ରୀ ମିଶ୍ର ପ୍ରଭୃତି ଅତିଥି ଭାବେ ଯୋଗ ଦେଇଥିଲ ll ଏଥିରେ ଶାନ୍ତି ଶୃଙ୍ଖଳା, ପ୍ରଚାର ପ୍ରସାର, ରଥ କାଠ ସନ୍ଧାନ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା, ରଥ ନିର୍ମାଣ ଖଳାର ପରିଷ୍କାର ପରିଚ୍ଛନ ଉପରେ ଆଲୋଚନା କରାଯାଇଥିଲା ll ରଣପୁରର ସମସ୍ତ ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜିବି, ସମାଜ ସେବୀ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ ll ମନ୍ଦିର ପରିଚାଳନା କମିଟିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଏହି ସଭାକୁ ପରିଚାଳନା କରିଥିଲେ ll
ରଣପୁର ରିପୋର୍ଟର – ରଂଜିତ ସାମନ୍ତରାୟ

Related Articles

error: Content is protected !!
Close