ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଥାନା ଅନ୍ତର୍ଗତ ପୁଡ଼ାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି।ଶିଶୁଟିର ମୃତ୍ୟୁ ଘଟିଛି। ତେବେ ଶିଶୁଟିର ଅଣ୍ଟା ତଳକୁ କୁକୁର ଖାଇ ଦେଇଥିବା ଜଣାପଡ଼ିଛି। ଶିଶୁଟି ୩-୪ ଦିନର ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ୨୦୧୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ରାତିରେ କଟକ ଶିଶୁ ଭବନ ପରିସରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଶିଶୁର ମୁଣ୍ଡକୁ ୩ରୁ ୪ଟି ବୁଲା କୁକୁର ଝୁଣି ଖାଇବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା।

କଟକ: ବୁଲା କୁକୁର ମୁହଁରେ ଶିଶୁର ମୁଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ କଟକ ଶିଶୁ ଭବନ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଶିଶୁର ମୁଣ୍ଡକୁ ୩ରୁ ୪ଟି ବୁଲା କୁକୁର ଝୁଣି ଖାଇବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।ତେବେ ଶିଶୁର ମୁଣ୍ଡ କେଉଁଠୁ ଆସିଲା, ସେ ସମ୍ପର୍କରେ କିଛି ଜଣାପଡ଼ନି। ଏନେଇ ଶିଶୁଭବନ ସୁପରିଟେଣ୍ଡେଣ୍ଟ୍‌ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯାଉଛି।

କଟକ ବଡ଼ ମେଡିକାଲ୍‌ ପରିସରରେ ରବିବାର ଦିନ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ପଡ଼ି ରହିବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ତୁମ୍ବି ତୋଫାନ ହୋଇଥିଲା। ଏପରିକି SCBରେ ଅସହାୟକଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ କରିବାରୁ ନିଷ୍ପତ୍ତି ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ଶିଶୁ ଭବନରେ ପୁଣି ଏପରିକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

error: Content is protected !!