ବିଜେଡିର ଅବଶିଷ୍ଟ ବିଧାନସଭା ଆସନ ପାଇଁ ନବୀନ ନିବାସରେ କସରତ ଚାଲିଛି । ଆଜି ଅପରାହ୍ନରେ ବିଜେଡି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ଏହା ପୂର୍ବରୁ ନବୀନ ନିବାସରେ ପହଂଚିଛନ୍ତି ନେତା । ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକ ନବୀନ ନିବାସ ଆସିଥିଲେ । ନବୀନ ନିବାସକୁ ଆଜି ରବି ନାରାୟଣ ପାଣି ମଧ୍ୟ ଆସିଥିଲେ ।