ନିଜସ୍ଵ ପ୍ରଚେଷ୍ଟା ରେ ରାସ୍ତା ତିଆରି କଲେ କଳାହାଣ୍ଡି ଜିଲ୍ଲା ପଲସାପଦର ଗ୍ରାମବାସୀ

ଏଙ୍କର:- କଳାହାଣ୍ଡି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୂର କଳା ମଜୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗାଁ ପଲସାପଦର, ଏଠାରେ ବସବାସ କରନ୍ତି ୨୭ ପରିବାରର ପାଖାପାଖି ୧୬୦ ସଦସ୍ୟ ବହୁବର୍ଷ ପୂର୍ବେ ଏମାନଙ୍କ ପୂର୍ବ ପୁରୁଷ ରାଜାଙ୍କ ଅତ୍ୟାଚାର ତଥା ହଇଜାରେ ଅନେକ ଗ୍ରାମବାସୀଙ୍କ ମୃତ୍ୟୁ ଘଟିବାରୁ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ପୁନର୍ବାର ୧୯୯୬ ମସିହାରେ ଏଠାକୁ ଯିବାଆସିବା କରି ଗ୍ରାମବାସୀ ଚାଷବାସ କରୁଥିଲେ, କିନ୍ତୁ ୨୦୦୦ ମସିହାରୁ ଏଠାକୁ ଆସି ସ୍ଥାୟୀ ଭାବେ ବସତି ଆରମ୍ଭ କରିଥିଲେ । ୨୦୦୬ ମସିହାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଜମି ଅଧିନିୟମ ପ୍ରଣୟନ ପରେ ଏମାନେ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରି ୧୬୨ ଏକର ଜଙ୍ଗଲ ଜମି ସହିତ ୫୨ ଏକର ଗୋଷ୍ଠୀ ସମ୍ପତ୍ତି ପାଇଥିଲେ । କିନ୍ତୁ ଦୀର୍ଘ ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ ନିମନ୍ତେ ରାସ୍ତା ଘାଟ , ନାଳକୁଅ , ସ୍କୁଲ ଓ ବିଜୁଳି ଆଦି ମୌଳିକ ସୁବିଧା ସୁଯୋଗ ବ୍ୟବସ୍ଥା ନ କରିବା ଫଳରେ, ଗ୍ରାମବାସୀ ବର୍ତ୍ତମାନ ନିଜସ୍ବ ଚେଷ୍ଟାରେ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ । ଏହି ସୂଚନା ପାଇଁ ପ୍ରଶାସନିକ ଅଧିକାରୀ ନିନ୍ଦ୍ରା ରୁ ଉଠି ଗାଁ ର ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଗାଁ କୁ ଯିବା ରାସ୍ତାରେ ଅବରୋଧ ସାଜିଛି ଦୁଇଟି ନାଳ, ବର୍ଷା ଦିନରେ ନାଳରେ ପାଣି ଭର୍ତ୍ତି ହୋଇଗଲେ ଏହି ଗାଁକୁ ଚଳ ପ୍ରଚଳ ଅସମ୍ଭବ । ବର୍ଷା ଋତୁରେ କୋୖଣସି ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଆସିବାକୁ ହେଲେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ୧୫ କିଲୋମିଟର ପରିବର୍ତ୍ତେ ୩୦ କିଲୋମିଟର ଦୂର ବୁଲି ଆସିବାକୁ ପଡ଼େ । ଗ୍ରାମବାସୀଙ୍କ ଚେଷ୍ଟା ଓ ଇଚ୍ଛାଶକ୍ତି କୁ ସମ୍ମାନ ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି କଳାହାଣ୍ଡି ଏକତା ପରିଷଦର ସଂଯୋଜକ ଶ୍ରୀଯୁକ୍ତ ସରୋଜ ବାଗ ଗିରିଧାରୀ ପାତ୍ର , ରାଜେଶ ଦୀପ , ଏବଂ ତାଙ୍କ ସାଥି, ଗ୍ରାମବାସୀଙ୍କ ଏହି ଅନୁଦାନ କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ପରିବାରକୁ ଶ୍ରମଦାନ ବଦଳରେ ଗୋଟିଏ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହା ଛଡା ପ୍ରୟୋଗ ଓ ଟିଲଡା ସଙ୍ଗଠନ ମଧ୍ୟ ଗ୍ରାମବାସୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗାଁର ସେ ମୁଖିଆ କୁଂଜିୟା ମାଝୀ ସେ ଗାଁର ଦୁଃଖ ଭରା କାହାଣୀ କୁ ଗୀତ ମାଧ୍ୟମରେ ସେ କହୁଛନ୍ତି । ତେବେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏହି ଦୁଇଟି ନାଳ ନିମନ୍ତେ କିଛି ହ୍ୟୁମ ପାଇପ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି, ଯାହାଦ୍ବାରା ନାଳ ଉପରେ ରାସ୍ତା ହୋଇପାରିବ । ଏହା ବ୍ୟତୀତ ଗ୍ରାମକୁ ବିଜୁଳି ସଂଯୋଗ ବ୍ୟବସ୍ଥା କରିବା ନିମନ୍ତେ ମଧ୍ୟ ଗୁହାରି କରିଛନ୍ତି ।

error: Content is protected !!