ରଣପୁର, 28/7 : ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସଦ୍ୟ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା ।ଏଥିରେ ସଦ୍ୟ ନିୟମିତ ହୋଇଥିବା 2011 ବ୍ୟାଚର ଶିକ୍ଷା ସହାୟକ ଶିକ୍ଷକମାନଙ୍କୁ ସ୍ୱାଗତ କରାଯାଥିଲା ।ଏଥିରେ ମୂଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ନିରୁପମା ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ନଣ୍ଡା ଦଳବେହେରା, ରଣପୁର ଏନ.ଏ.ସି. ଅଧ୍ୟକ୍ଷା ସବିତା ଦାସ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଏନ.ପି.ଏସ. ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ ରଞ୍ଜନ ଖୁଣ୍ଟିଆ ସଭାପତିତ୍ବ କରିଥିଲେ ଓ ସମ୍ପାଦକ ଅନିଲ କୁମାର ପାଇକରାୟ ସହଯୋଗ କରିଥିଲେ । ସଂଗୀତ କଳା ବିଦ୍ୟା ନିକେତନର ଅଧକ୍ଷ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ସଂଘର ସମ୍ପାଦକ ଅନିଲ ପାଇକରାୟ ବିବରଣୀ ପାଠ କରିଥିଲେ।ନୂତନ ଶିକ୍ଷକମାନଙ୍କୁ ପୁଷ୍ପ ଗୁଛ ଦିଆଯାଇ ସ୍ୱାଗତ କରାଯାଥିଲା। ସମସ୍ତ ଛାତ୍ରଛାତ୍ରୀ ଯେପରି ପ୍ରାଥମିକ ଶିକ୍ଷା ହାସଲ କରି ପାରିବେ ସେଥି ପ୍ରତି ଗୁରୁତ୍ୱ ଦେବା ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । “ଦଳଗତ କାର୍ଯ୍ୟ ହିଁ ସଫଳତାର ଚାବି କାଠି” – ଏହାକୁ ଆଧାର କରି କାର୍ଯ୍ୟ କରିବା ପାଇଁ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର କର ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।
ରଣପୁର ରିପୋର୍ଟର