Breaking News

ପଟ୍ଟନାୟିକିଆ ଛକ ହତ୍ୟାକାଣ୍ଡରେ ୬ ଗିରଫ

ଭୁବନେଶ୍ବର : ପୁରୀ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ରବିବାର ଘଟିଥିବା ନିର୍ମମ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସମେତ ମୋଟ ୬ ଜଣଙ୍କୁ ପୁଲିସ ଗିରଫ କରିଛି ।

ସୂଚନାଯୋଗ୍ୟ, ରବିବାର ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ତିନିଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ଘରକୁ କେହି ନିଆଁ ଲଗାଇ ଜାଳି ଦେଇଥିଲେ । ଏହି ଘଟଣାକୁ ନେଇ ସୋମବାର ପୁଲିସ ପକ୍ଷରୁ ୩ଟି ମାମଲା ରୁଜୁ ହୋଇଥିଲେ । ହତ୍ୟାକାଣ୍ଡଙ୍କୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ରାସ୍ତରୋକକୁ ନେଇ ଦ୍ବିତୀୟ ଓ ଅଭିଯୁକ୍ତଙ୍କ ଘରକୁ ନିଆଁ ଲଗାଇ ଜାଳି ଦେବାକୁ ନେଇ ତୃତୀୟ ମାମଲା ରୁଜୁ ହୋଇଥିଲା ।

Related Articles

error: Content is protected !!
Close