Crime

ପଟ୍ଟାମୁଣ୍ଡାଇ ପେ।ଇପାଟ ଗଣଦୁଷ୍କର୍ମ ଘଟଣା : ପ୍ରତିଶେ।ଧ ନେବାକୁ ଗଣଦୁଷ୍କର୍ମ ଓ ଆକ୍ରମଣ ସନ୍ଦେହ, ଏଯାଏଁ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ

ପଟ୍ଟାମୁଣ୍ଡାଇ ୩୦|୬: କେନ୍ଦ୍ରାପଡା ଜିଲ୍ଲା ‘ପୋଇପାଟ’ ଗଣଦୁଷ୍କର୍ମ ଘଟଣା ଉପରୁ ଧିରେ ଧିରେ ହଟୁଛି ପରଦା । ଏକ ନିର୍ଦ୍ଦିଷ୍ଟ ବିବାଦ ଏବଂ ପ୍ରତିଶେ।ଧ ନେବାକୁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି ।

ପଟ୍ଟାମୁଣ୍ଡାଇ ପେ।ଇପାଟ ଗୁଣଦୁଷ୍କର୍ମ ପଛରେ କିଏ ?  ଏହା ଯେ।ଜନାବଦ୍ଧ ନା ଆକସ୍ମିକ ।  ପେ।ଲିସ ଘଟଣାର ଛାନଭିନ ଚଳାଇଛି । ଏପଟେ ପୀଡିତ ପରିବାରର ଏତଲା ଓ ଗାଁ ଲେ।କଙ୍କ ସୂଚନାରୁ ଅଭିଯୁକ୍ତଙ୍କ ସଂପର୍କରେ ସୁରାଗ ମିଳିଛି ।  ଜମିଜମା ବିବାଦକୁ ନେଇ ଗଣଦୁଷ୍କର୍ମ ଓ ଆକ୍ରମଣ ହେ।ଇଥିବା ସନ୍ଦେହ କରାଯାଉଛି । ୨୦୧୭ରେ ପୀଡିତ ପରିବାର ଏହି ଜମି ଉପରେ ଘର କରି ରହି ଆସୁଛନ୍ତି । ଜମି ମାଲିକ ଏହି ଜମିର କିଛି ଅଂଶ ପୀଡିତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ୫୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ପରେ ଜମି ଦେବା ପାଇଁ ଅରାଜି ହେବା ସହ ଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ । ସେମାନେ ଜାଗା ଛାଡି ନଯିବାରୁ ଆରମ୍ଭ ହୋଇଥିଲା ଶତୃତା । ତେଣୁ ଏହି ଘଟଣା ପଛରେ ଜମି ମାଲିକଙ୍କ ସମ୍ପୃକ୍ତି ଥାଇପାରେ ବେ।ଲି ସନ୍ଦେହ କରାଯାଉଛି ।ଏତଲାରେ ବି ଜମି ମାଲିକ ଏବଂ ତାଙ୍କ ସ୍ତ୍ରୀଙ୍କ ନାଁ ଉଲ୍ଲେଖ କରିଛନ୍ତି ପୀଡିତ ।ଶୁକ୍ରବାର ରାତି ପ୍ରାୟ ସାଢେ ଗୋଟାଏ । ଗାଁର ଏକ ବିବାହ ପ୍ରସେସନ୍ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ମହିଳାଙ୍କ ଘର ଗ୍ରୀଲ ଭାଙ୍ଗି ଜୋରଜବରଦସ୍ତ ଘରେ ପଶିଥିଲେ। ମହିଳାଙ୍କ ସ୍ବାମୀ ପ୍ରତିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡମାରି ଅଚେତ୍ କରିଦେଇଥିଲେ । ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଘଣ୍ଟାଏ କାଳ ଧରି ଏହି ବର୍ବର କାଣ୍ଡ ଘଟିଥିଲେ ସୁଦ୍ଧା କାହାର ନଜରରେ ପଡି ନଥିଲା । ଚେତା ଫେରିବା ପରେ ମହିଳାଙ୍କ ସ୍ବାମୀ ଗାଁ ଭିତରକୁ ଯାଇ ଲୋକଙ୍କ ସାହାଯ୍ୟ ଲୋଡିଥିଲେ। ଲୋକେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସେପଟେ ଏଯାଏ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେ।ଇନି ପେ।ଲିସ ।

Related Articles

error: Content is protected !!
Close