ପୁଣି ଜଟଣୀକୁ ଫେରିଲେ ସୁର : କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ବିଜୟୀ

ଭୁବନେଶ୍ୱର: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛି କଂଗ୍ରେସ । ବରିଷ୍ଠ ନେତା ସୁରେଶ ରାଉତରାୟ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି।୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଥିଲେ ସୁର ରାଉତରାୟ । ହେଲେ ୨୦୧୯ରେ ପୁଣି ଥରେ ତାଙ୍କର କମ୍‌ବ୍ୟାକ୍‌ ହୋଇଛି ।

error: Content is protected !!