Breaking NewsState

ପୁରୀ ସହର ଓ ଆଖପାଖରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଫୋନି’

ଭୁବନେଶ୍ୱର : ବାତ୍ୟା ଫୋନିକୁ ନେଇ SRC ବିଷ୍ଣୁପଦ ସେଠୀଙ୍କ ସୂଚନା। ପୁରୀ ସହର ଓ ଏହାର ଆଖପାଖରେ ଲ୍ୟାଣ୍ଡଫଲ୍‌ କରିବ ଫୋନି। କାଲି ସକାଳ ୮ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ୍‌ କରିବା ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାକୁ ୧୮୦ କି.ମି ରହିବ।ସେପଟେ ଫୋନିକୁ ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ଲାଗିରହିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଫୋନି ପରେ ଥଇଥାନ ନେଇ ବିଭିନ୍ନ ବିଭାଗର ସଚିବ ଓ ଟେଲି ଯୋଗାଯୋଗ ପୁନରୁଦ୍ଧାର ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ଫୋନିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି , ‘ଲୋକଙ୍କୁ ସ୍ଥାନାନ୍ତର ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। କାଲି ସକାଳୁ କେହି ଜନସାଧାରଣ ଘରୁ ବାହାରକୁ ବାହାରନ୍ତୁ ନାହିଁ, ବାତ୍ୟା ଅତିକ୍ରମ ନକରିବା ଯାଏ ସମସ୍ତେ ଘର ଭିତରେ ରୁହନ୍ତୁ’।

ଏପଟେ ଫୋନି ପ୍ରଭାବରେ କାଲି କଟକ ଓ ଭୁବନେଶ୍ୱରରେ ପବନର ବେଗ ୧୦୦ ଟପିବ। ରାତି ଯାଏ ଟ୍ୱିନ୍‌ ସିଟିରେ ବର୍ଷା ଲାଗି ରହିବ; ବର୍ଷାର ପରିମାଣ ୩୦ ସେଣ୍ଟିମିଟର ହେବା ସୂଚନ। ରହିଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ନିଯୁକ୍ତ ୧୨ ଆଇଏଏସ ଓ ୧୧ ଆଇପିଏସ୍ ବି ପହଞ୍ଚି ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି।

Related Articles

error: Content is protected !!
Close