ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭାକୁ ଯିବା ଥୟ ହୋଇଛି।

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭାକୁ ଯିବା ଥୟ ହୋଇଛି। ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ଲାଗି କଂଗ୍ରେସ ଦଳ ଯୋଜନା କରିଛି । ବିଜେପି ନେତା ମଦନ ଲାଲ ସାଇନିଙ୍କ ମୃତ୍ୟୁ ଯୋଗୁଁ ରାଜସ୍ଥାନରେ ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ସାଇନି ଗତବର୍ଷ ବିଜେପି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ଗତମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜସ୍ଥାନ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି ଯେ ମନମୋହନଙ୍କୁ ରାଜ୍ୟସଭା ପଠାଇବା ଲାଗି ଆଲୋଚନା ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନୂଆଦିଲ୍ଲୀରେ ମନମୋହନଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି।

error: Content is protected !!