ପ୍ରତିଶ୍ରୁତି ପୂରଣ ନହେବାରୁ ଭୋଟ୍ ବର୍ଜନ କଲେ ଗ୍ରାମବାସୀ

କଳାହାଣ୍ଡି: ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କଳହାଣ୍ଡି ଜିଲାରେ କିଛି ଭୋଟର ଭୋଟ୍ ବର୍ଜନ କରିଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ଦାବିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅନ୍ତର୍ଗତ ତେଟେଙ୍ଗେପଦର ଗ୍ରାମାବସୀମାନେ ଭୋଟ୍ ବର୍ଜନ କରିଛନ୍ତି । ଗାଁକୁ ରାସ୍ତା ନ ଥିବାରୁ ଭୋଟ ଦେବେ ନାହିଁ ଗ୍ରାମବାସୀ ସିଧାସଳଖ ମନା କରିଦେଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ନିର୍ବାଚନ ବେଳେ ନେତାମାନେ ଗାଁକୁ ଆସୁଛନ୍ତି ଏବଂ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଭୋଟ୍ ପାଇଲା ପରେ ସେ ସବୁ ପ୍ରତିଶ୍ରୁତି ନେତାମାନେ ଭୁଲି ଯାଉଛନ୍ତି । ତେଣୁ ସେମାନେ ଭୋଟ୍ ବର୍ଜନ କରିଛନ୍ତି । ବିଭିନ୍ନ ନେତୃବୃନ୍ଦ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

error: Content is protected !!