ବିଜେପି ଘୋଷଣା କରିଛି ଯେ ଓଡ଼ିଶାରେ ତାଙ୍କ ଦଳ ସରକାର ଗଠନ କଲେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବେ। କିନ୍ତୁ ତାପୁର୍ବରୁ ବିଜେପିର ଦଳୀୟ ଉଚ୍ଚ ନେତୄବୄନ୍ଦ, କେନ୍ଦ୍ରରେ ତାଙ୍କ ସରକାରଙ୍କ ପରିଚାଳନାଧିନ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିଦର୍ଶନ କରି ତାର ସ୍ଥିତି ଅନୁଧ୍ୟାନ କରି ଏଭଳି ଘୋଷଣା କରିଥିଲେ ଭଲ ହୁଅନ୍ତା। ଅନ୍ଯଥା ଜନତା ଜନାର୍ଦ୍ଦନ, ପୁଣି ଥରେ, ଏହା ମିଛୁଆ ଉବାଚ ବୋଲି କହିବେ।
ଓଡ଼ିଶା ରାଜ୍ୟସରକାର ମଧ୍ୟ ବହୁ ଆଶା ଓ ଭରଶାରେ ଯୋଗେଇ ଦେଇଥିଲେ ଶହଶହ ଏକର ବହୁମୁଲ୍ୟବାନ୍ ଜମି, ଯେଉଁ ଥିରେ କୋଟି କୋଟି ଗରିବଙ୍କ ଠାରୁ ଆଦାୟ ରାଜସ୍ବରେ କେନ୍ଦ୍ର ସରକାରଙ୍କ ଦ୍ଵାରା, ହଜାର ହଜାର କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଛି ପୁର୍ବଭାରତର ସର୍ବ ବୄହତ୍ତମ କେନ୍ଦ୍ର ସରକାରି ହସ୍ପିଟାଲ। କିନ୍ତୁ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଚରମ ଅପାରଗତା ଏବଂ କେନ୍ଦ୍ର ସରକାରଙ୍କ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କର ଉପଯୁକ୍ତ ପ୍ରଦକ୍ଷିଣର ଅଭାବ ହେତୁ, ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚରମ ଅବ୍ୟବସ୍ଥା, ଯାହା ଆପଣମାନେ ଆଖିରେ ନଦେଖିଲେ ବିଶ୍ୱାସ କରିବେନି।
ଏତେ ବଡ଼ ଡାକ୍ତରଖାନାରେ କେତେବେଳେ ମଧ୍ୟ କାଜୁଆଲିଟିରେ ଅଭିଜ୍ଞ ଡାକ୍ତର ରହୁନାହାଁନ୍ତି ତେଣୁ କୌଣସି ଆବଶ୍ୟକୀୟ ଚିକିତ୍ସା ମିଳି ପାରୁନାହିଁ। ଦୁର ଦୁରାନ୍ତରୁ ଆସୁଥିବା ଜରୁରୀକାଳୀନ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ। ରେଫର ହେଉଛନ୍ତି ଘରୋଇ ଡାକ୍ତର ଖାନାକୁ। ହଜାର ହଜାର କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ଏତେବଡ଼ ସରକାରୀ ଡାକ୍ତରଖାନାରେ, ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଓ୍ଵାର୍ଡ଼ ନାହିଁ କି ସ୍ଥାୟୀ ଡାକ୍ତର ମଧ୍ୟ ନାହାଁନ୍ତି।
ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସପ୍ତାହକୁ ମାତ୍ର ଦୁଇ/ତିନି ଦିନ ଓ.ପି.ଡି. ଉପଲବ୍ଧ। ଅନେକ ଆଶା ଭରସାରେ ଦୁର ଦୁରାନ୍ତରୁ ବହୁଖର୍ଚ୍ଚ କରି ଆସୁଥିବା ଗୁରୁତର ରୋଗୀମାନେ ମନ ଦୁଃଖରେ ଫେରୁଛନ୍ତି। ସାଧାରଣ ଶଲ୍ୟ ଚିକିତ୍ସା ପାଇଁ, ମଧ୍ୟ ରୋଗୀଙ୍କୁ ମାସାଧିକ କାଳ ଅପେକ୍ଷା କରିବାକୁ ପଡ଼ୁଛି।
ଆବଶ୍ୟକୀୟ ଓ ଅଭିଜ୍ଞ “ଚିକିତ୍ସା ସହାୟକ କର୍ମଚାରୀଙ୍କର” ମଧ୍ୟ ଘୋର୍ ଅଭାବ ହେତୁ, ଚିକିତ୍ସାଧିନ ରୋଗୀ ଉପଯୁକ୍ତ ସେବା ପାଇବାରେ ସମସ୍ୟା।
ଏଇମିତି ଅନେକ ସମସ୍ୟାକୁ ମୁଣ୍ଡରେ ମୁଣ୍ଡେଇ ଠିଆ ହୋଇଛି ଭୁବନେଶ୍ୱର ଏମ୍ସ ହଷ୍ପିଟାଲ୍। ନାହିଁ ମାଁମୁ ଠାରୁ କଣା ମାଁମୁ ଭଲ ନ୍ୟାୟରେ, ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ବଦଳରେ, ସୁଲଭ ମୁଲ୍ୟରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେଉଥିବା, ଗୋଟିଏ ଭଲ ଡାକ୍ତରଖାନା ନିହାତି ଜରୁରୀ। ପୁର୍ବ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ଆଶା ଓ ଭରସା ପ୍ରତି, ଦଳୀୟ ଉଚ୍ଚନେତୄବୄନ୍ଦ ଦୄଷ୍ଟି ଦେବେ ବୋଲି ବିଶ୍ୱାସ।
✍ଗୋପାଳ ଚନ୍ଦ୍ର ସାହୁ (REPORTER , NEWS TODAY)