ଫନୀର ଦୁଇ ସପ୍ତାହ ପରେ ବି ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା

ଭୁବନେଶ୍ୱର: ଫନୀ ତାଣ୍ଡବର ଦୁଇ ସପ୍ତାହ ପରେ ବି ପ୍ରଭାବିତ ଅଞ୍ଚଳରେ ଅନେକ ସମ୍ବେଦନଶୀଳ ସମସ୍ୟା ରହିଛି ଏବଂ ଏହି ସମସ୍ୟା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଥଇଥାନ ଓ ପୁର୍ନବାସ ପ୍ରକ୍ରିୟାରେ ମାନ ବୃଦ୍ଧି କରିବା ପାଇଁ ରାଜ୍ୟର ୩୦ରୁ ଊର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ‘ଫନୀ ମୁକାବିଲା ନାଗରିକ ସମୁହ’ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମଳନୀରେ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ରାସନ୍‍ କାର୍ଡ ନଥିଲେ ବି ରିଲିଫ୍‍ ସହାୟତା ମିଳିବ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉନଥିବା; ପ୍ରଭାବିତ ଅଞ୍ଚଳରେ ଏମ୍‍ଜିଏନ୍‍ଆର୍‍ଇଜିଏସ୍‍ର ନିଷ୍କ୍ରିୟତା ଓ ଧାନର ଅଭାବୀ ବିକ୍ରି; ଘୋଷିତ ସହାୟତା ରାଶି ଯଥେଷ୍ଟ ହେଉନଥିବା; ମିଳୁଥିବା ଟାର୍ପୋଲିନ୍‍ ଛୋଟ ହେଉଥିବା ଓ ମଶା ଦାଉରେ ଲୋକମାନେ ହଇରାଣ ହେଉଥିବା; ରିଲିଫ୍‍ ଟଙ୍କାରେ ଋଣ କିସ୍ତି ସୁଝୁଥିବା; ମହିଳାଙ୍କୁ ଆଶ୍ରୟ ଓ ରନ୍ଧା ଖାଦ୍ୟ ନମିଳିବା ଓ ରିଲିଫ୍‍ ବଣ୍ଟନରେ ପାତର ଅନ୍ତର ହେଉଥିବା ଭଳି ସମସ୍ୟା ସାମ୍ନାକୁ ଆସିଛି।

  1. ଘୋଷଣାରେ ସୀମିତ ରାସନ୍‍ କାର୍ଡ ବିନା ରିଲିଫ୍‍ ସହାୟତା
  2. ପ୍ରଭାବିତ ଅଞ୍ଚଳରେ ଦିଗହରା ଏମ୍‍ଜିଏନ୍‍ଆର୍‍ଇଜିଏସ୍‍ ଏବଂ ଧାନର ଅଭାବୀ ବିକ୍ରି
  3. ଯଥେଷ୍ଟ ନୁହେଁ ସହାୟତା ରାଶି
  4. ଛୋଟ ପଡୁଛି ଟାର୍ପୋଲିନ୍‍; ମଶା ଦାଉରେ ହନ୍ତସନ୍ତ ଲୋକେ
  5. ରିଲିଫ୍‍ ଟଙ୍କାରେ ଲୋକ ସୁଝୁଛନ୍ତି ଋଣ କିସ୍ତି
  6. ମହିଳାଙ୍କୁ ମିଳୁନି ଆଶ୍ରୟ ଓ ରନ୍ଧା ଖାଦ୍ୟ; ରିଲିଫ୍‍ ବଣ୍ଟନରେ ପାତର ଅନ୍ତର
  7. ମରାମତି ହେଉ ବିଦ୍ୟାଳୟ; ପୋଷାକ ସହ ମିଳୁ ଶୈକ୍ଷିକ ସାମଗ୍ରୀ
x

COVID-19

India
Confirmed: 2,461,190Deaths: 48,040
error: Content is protected !!